Blog
SatyaSandhana
ନିର୍ଭୀକ, ନିରପେକ୍ଷ ଓ ନିରନ୍ତର ଖବର ଓଡ଼ିଆରେ ପଢ଼ନ୍ତୁ।
Subscribe:.rss.atom.json.md
Overdue Last read · last published · next check
Last read 21 hours ago, longer than this feed's 4 hours schedule.
Latest posts

ଅଗଷ୍ଟମାସ ୨୮ତାରିଖ ୨୦୨୬ମସିହା(ଶୁକ୍ରବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ଦିବାଘ୦୯/୪୪ ଗତେ ପ୍ରତିପଦ,ନକ୍ଷତ୍ର- ଶତଭିଷା ରାତ୍ରି ଘ୦୩/୫୦ ଗତେ ପୂର୍ବଭାଦ୍ର,ସୂର୍ୟୋଦୟ- ପ୍ରାତଃ ଘ୦୫/୩୪/୧୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୪୨,ଯୋଗିନୀ ବାୟବ୍ୟେ ଦିବା ଘ୦୯/୪୪ ଗତେ ପୂର୍ବେ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ।ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୫୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା…

ବାରଙ୍ଗ,୨୭।୮(ଏସଏସନିଉଜ) ସୋମବାର ବିଳମ୍ବିତ ରାତିରେ ଜନ୍ମ ହୋଇଥିବା ବିରଳ ଗୟଳ ଶାବକ ବୁଧବାର ସକାଳେ ଆଖବୁଜିଛି । ହେଲେ ଏହି ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ପ୍ରତ୍ୟେକ ବନ୍ୟପ୍ରାଣୀ ମୃତ୍ୟୁର ରିପୋର୍ଟ ସାର୍ବଜନୀନ କରିବା ବାଧ୍ୟତାମୂଳକ। ହେଲେ ଏଠି ନୀରବତା ଅନେକ ପ୍ରଶ୍ନ ଛିଡା କରୁଛି। ସୂଚନାଯୋଗ୍ୟଯେ, ସୋମବାର ବିଳମ୍ବିତ ରାତିରେ ମା ଗୟଳ ଏକ ମାଇ ଶାବକଟିକୁ ଜନ୍ମ ଦେଇଥିଲା।ଜନ୍ମ ହେବା ପରଠାରୁ ହିଁ ଶାବକଟି…

କଟକ, ୨୬।୮(ଏସଏସନିଉଜ)ଓଡ଼ିଶା ଯୁବ ପ୍ରଶିକ୍ଷଣ ଟ୍ରଷ୍ଟ (OJPT) ଦ୍ଵାରା ପରିଚାଳିତ ଓଡ଼ିଶା ଯୁବ ପ୍ରଶିକ୍ଷଣ ଏକାଡ଼େମୀ ପକ୍ଷରୁ ଅଗ୍ନିବୀର ପରୀକ୍ଷାରେ ସଫଳତା ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ନରଣପୁର ଠାରେ ଥିବା ଏକାଡ଼େମୀ ପରିସରରେ ବୁଧବାର ଦିନ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ଆଇ.ଏ.ଏସ୍ ସନ୍ତୋଷ କୁମାର ଶତପଥୀ, ଏକ୍ସ ମେମ୍ବର ଅଫ୍ ଷ୍ଟେଟ୍ ୱମେନ୍ କମିଶନ୍ ନମ୍ରତା ଚଢ଼ା, ଡାଇରେକ୍ଟର ଆଇ.ଆଇ.ଜି ଭାରସିଟି ଅଦିତ୍ ଜେନା, ପୂର୍ବତନ ଏନ୍. ସି. ସି.…

ଭୁବନେଶ୍ୱର,୨୬।୮(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଓସ୍ତପଡାଠାରେ ଥିବା ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ୨ୟ କ୍ୟାମ୍ପସରେ ବୁଧବାର ବିଦ୍ୟାଳୟର ୫ମ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏଥିରେ ନର୍ସରୀ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ବିଜ୍ଞାନ,ସାମାଜିକ,ଗଣିତ,ହସ୍ତକର୍ମ ଇତ୍ୟାଦି ବିଷୟରେ ଶିକ୍ଷଣୀୟ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ।ଏହି ପ୍ରଦର୍ଶନୀରେ ମୋଟ ୧୬୦ଟିପ୍ରକଳ୍ପ ସ୍ଥାନ ପାଇଥିଲା।ବିଚାର ପତିମାନଙ୍କଦ୍ଵାରା ସମସ୍ତ ପ୍ରକଳ୍ପର ମୂଲ୍ୟାଙ୍କନ କରାଯିବାପରେ…

୨୦୨୬ମସିହା,ଅଗଷ୍ଟମାସ,୨୭ତାରିଖ,ଗୁରୁବାର,ଶ୍ରୀବଳଦେବଜନ୍ମ, ଗହ୍ମାପର୍ବ,ପଶୁବନ୍ଦାପନା,ରାକ୍ଷୀବନ୍ଧନ,ଉପାକର୍ମ,ଶ୍ରୀହୟଗ୍ରୀବ ଜୟନ୍ତୀ,ଅଦ୍ୟ ପୂର୍ଣ୍ଣିମା ବିହିତ ଚନ୍ଦ୍ରୋପବାସପୂଜା ଓ ଅର୍ଘ୍ୟଦାନ,ରକ୍ଷାବନ୍ଧନ ତତୋଽପରାହ୍ନ ସମୟେ ରକ୍ଷାପଟ୍ଟଳିକାଂ ଶୁଭାଂ,ରକ୍ଷାବନ୍ଧନମନ୍ତ୍ରୋ ଯଥା-“ଯୋନବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାସୁରଃ,ତେନତ୍ବାମପିବଧ୍ନାମି ରକ୍ଷମାଚରମାଚଳ” ।ଇତି।ଅଦ୍ୟ ଶ୍ରାବଣପୂର୍ଣ୍ଣିମା କୃତ୍ୟ,ବିବିଧ-ଶରଣଂ,ସ୍ତ୍ରୀତୈଳ ବର୍ଜ୍ଜନ,ହଳ…

ଭୁବନେଶ୍ୱର,୨୬।୮(ଏସଏସନିଉଜ)ଭୁବନେଶ୍ୱରସ୍ଥିତ KIMSହସ୍ପିଟାଲକୁ ସୋକଜ୍ ନୋଟିସ୍ ଜାରି ହୋଇଛି।ସୋକଜ୍ ନୋଟିସ୍ ଜାରି କଲା ଓଡ଼ିଶା ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି।ଆୟୁଷ୍ମାନ ଭାରତPM-JAY ଓ BSKY/GJAYରେ ଅନିୟମିତତା ଅଭିଯୋଗ ଆସିଛି।୫ଦିନମଧ୍ୟରେ ସୋକଜ୍ର ଜବାବଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବନାହିଁ,ସ୍ପଷ୍ଟୀକରଣରେ ନିର୍ଦ୍ଦେଶ ରହିଥିବାର ଜଣାପଡିଛି।ନିର୍ଦ୍ଦିଷ୍ଟ ସମୟରେ ଜବାବ ନମିଳିଲେ ନିୟମାନୁସାରେ ହେବ…

ଭୁବନେଶ୍ୱର,୨୬।୮(ଏସଏସନିଉଜ)ପୋଲିସକୁ ଖୋଜୁଛି ପୋଲିସ।ଶରଣକୁଳଥାନା ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW ଜାରି ହୋଇଛି।ଦୀର୍ଘଦିନ ହେଲା ଫେରାର ଥିବାରୁ NBW ଜାରି ହୋଇଛି।ଦୁଷ୍କର୍ମ ମାମଲାରେ ଫେରାର ଅଛନ୍ତି ପୂର୍ବତନ IIC ସୁଜିତ ଦାସ।ଖାକି ବାବୁଙ୍କୁ ଗିରଫ କରିବାକୁ ପଛରେ ଲାଗିଛି ଖାକି।ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କୁ ଗିରଫ ପାଇଁ ପୋଲିସର ଛାନଭିନ୍ ଆରମ୍ଭ ହୋଇଛି।କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ବିଭିନ୍ନସ୍ଥାନରେ କରୁଛନ୍ତି ଜୋରଦାର ଚଢ଼ାଉ ଆରମ୍ଭ କରାଯାଇଛି।ଚଢ଼ାଉ…

ଭୁବନେଶ୍ୱର ,୨୫|୮ (ଏସଏସନିଉଜ)ସୋମବାର ନନ୍ଦନକାନନର ୪୨ନମ୍ବର ଖୁଆଡ଼ରେ ରହୁଥିବା ଗୟଳ ଏକ ମାଇଶାବକକୁ ଜନ୍ମଦେଇଛି।ଶାବକଟି ଜନ୍ମ ପରେ ନନ୍ଦନକାନନ ରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୯ରେ ପହଞ୍ଚି ଥିବାର ଜଣାପଡିଛି।ତେବେ ଶାବକଟି ଜନ୍ମପରେ କର୍ମଚାରୀଙ୍କ ମଧ୍ୟରେ ଖୁସିଲହରୀ ଖେଳିଯାଇଥିଲା।ହେଲେ ରାତି ହେବାପରେ ଖୁସିର ମହୋଲ ବଦଳି ଯାଇଥିଲା ଓ ଚିନ୍ତାବଢିବା ଆରମ୍ଭ ହୋଇଥିଲା।ନବଜାତ ଗୟଳଶାବକଟି ଅତ୍ୟନ୍ତ ଦୁର୍ବଳ ହୋଇଥିବା ବେଳେ ନିଜ ଗୋଡରେ ଠିକ୍ ସେ ଠିଆ ହୋଇପାରୁନଥିବାର…

୨୦୨୬ ମସିହା,ଅଗଷ୍ଟମାସ,୨୬ତାରିଖ,ବୁଧବାର,ଶ୍ରୀଶିବପବିତ୍ରା ରୋପଣ ଉତ୍ସବ,ଶ୍ରୀଲିଙ୍ଗରାଜଦେବଙ୍କ ଯାତ୍ରା,ଅଦ୍ୟ ଶିବ ଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା,ମହମ୍ମଦ୍ ଜୟନ୍ତୀ।ଋତୁ-ବର୍ଷାଋତୁର(ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୩୨/୫୮🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୩/୫୩ ଶ୍ରାବଣମାସ,ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି-ତ୍ରୟୋଦଶୀ ଦିବା ଘ୭/୫୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ଘ୭/୫୮ମିପରେ…

ଜୟପୁର,୨୫।୮(ଏସଏସନିଉ ଜ)ବୋରିଗୁମ୍ମାରେ ଫିଲ୍ମ ଷ୍ଟାଇଲରେ ପୋଲିସ-ଡକାୟତ ମୁହାଁମୁହିଁ ହୋଇଛନ୍ତି।ପାଟ୍ରୋଲିଂ ବେଳେ ସନ୍ଦିଗ୍ଧ ବୋଲେରୋକୁ ଅଟକାଇବାକୁ ଚେଷ୍ଟା ବେଳେ ମୁହାଁମୁହିଁ ହୋଇଛନ୍ତି।ଗାଡ଼ି ନଅଟକାଇ ଡକାୟତ ଦଳ ଦ୍ରୁତ ଗତିରେ ଖସିପଳାଇବାକୁ ଉଦ୍ୟମ କରିଥିଲେ।ପୋଲିସ ଗାଡ଼ି ମଧ୍ୟ ପ୍ରାୟ ୭କିମିପର୍ଯ୍ୟନ୍ତ ପିଛା କରିଥିଲା।କମରା ଶ୍ମଶାନରାସ୍ତାରେ ଗାଡ଼ି ଅଟକାଇ ପୋଲିସକୁ ଡକାୟତଙ୍କ ଆକ୍ରମଣ କରିଥିଲେ।ପୋଲିସ ଗାଡ଼ିକୁ ଭଙ୍ଗାରୁଜାସହ ଗାଡ଼ି ଚାବି ଛଡ଼ାଇ ନେଲେ ଡକାୟତ ଦଳ।ପରେ ନିଜ…

ପୁରୀ,୨୫।୮(ଏସଏସନିଉଜ)ଘରଭିତରେ ପୋତା ଯାଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।କୁମ୍ଭାରପଡ଼ା ଭଡ଼ାଘର ରୋଷେଇଘରୁ ମୃତଦେହ ଉଦ୍ଧାର କଲା ପୋଲିସ।ପ୍ରବଳ ଦୁର୍ଗନ୍ଧ ହେବାରୁ ଘରମାଲିକଙ୍କ ସନ୍ଦେହ ପରେ ତଦନ୍ତ କରିଥିଲା ପୋଲିସ।ମାଆକୁ ମାରି ପୁଅ ଘରେ ପୋତି ଦେଇଥିବା ପୋଲିସର ସନ୍ଦେହ କରାଯାଉଛି।୪ମାସ ତଳେ ଉଭୟ ମାଆ,ପୁଅ ଆସି ଭଡ଼ାରେ ରହିଥିଲେ।ଫେରାର ପୁଅକୁ ଖୋଜିବାକୁ ପୋଲିସର ତନାଘନା ଆରମ୍ଭ ହୋଇଛି।

କଟକ,୨୫।୮(ଏସଏସନିଉଜ)ଗୋଡିସାହିଫାଣ୍ଡି ନିକଟସ୍ତ ରାମଦାସପୁର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେଥିବା ଏକ ବନ୍ଦଘର ମଧ୍ୟରୁ ଜଣେ ଯୁବକଙ୍କ ମୃତ ଦେହ ମଙ୍ଗଳବାରସକାଳୁ ଉଦ୍ଧାର ହୋଇଛି।ମୃତକ ହେଉଛନ୍ତି ଗୋଡିସାହି ଗ୍ରାମର ପ୍ରଦୀପନାୟକ ଗତ ୧୯ଦିନ ହେବ ନିଖୋଜ ଥିଲେ। ମୃତ୍ୟୁଦେହ ପଚି ଯାଇଥିବାବେଳେ ଝୁଲୁଥିବା ବେଳେ ପୋଲିସ ଉଦ୍ଧାର କରିଛି।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ୱର,୨୪।୮(ଏସଏସନିଉଜ)ଶ୍ରୀମନ୍ଦିରରେ ୩ରୁ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ।ଉଚ୍ଚସ୍ତରୀୟ ବୈଠକ ପରେ ଆଇନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।୫ ରାମ୍ପ୍ରେ ଏକା ସହିତ ଆନୁମାନିକ ୫୦ ଜଣ ଦର୍ଶନ କରି ପାରିବେ।ଘଣ୍ଟାରେ ୮ ହଜାର ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ।ପାଇଲଟ ମଡେଲ ୮ରୁ ୧୦ ଦିନ ଭିତରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି।

ଭୁବନେଶ୍ୱର,୨୪।୮(ଏସଏସନିଉଜ)ଅନଲାଇନ ଅଟୋ ଚାଳକ ଆନ୍ଦୋଳନ ଘଟଣାରେ RC ବାତିଲ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସୂଚନା ଦେଲେ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ମିଶ୍ର।ଜବତ ହୋଇଥିବା ପ୍ରାୟ ୩୮୦ ଗାଡ଼ିକୁ ନୋଟିସ୍ କରାଯାଇଥିଲା।୩ ଦିନରେ ରିପୋର୍ଟ ପାଇଁ କୁହାଯାଇଥିଲା, ୨୦ରୁ ୨୫ ଉତ୍ତର ଆସିଛି।ଏଥିମଧ୍ୟରେ ଜବତ ୨ ଶହ ଗାଡ଼ିର ଇ-ଚାଲାଣ କଟାଯାଇଛି।ବହୁତ ଦିନ ଧରି ଫିଟନେସ୍ ନଥିବା, ଚାଲାଣ ପେଣ୍ଡିଂ ଗାଡ଼ିର ସର୍ଟ ଲିଷ୍ଟ କରୁଛୁ।ସେହିସବୁ ଗାଡ଼ିର RC ବାତିଲ ପାଇଁ ନୋଟିସ୍ କରିବୁ […]

ଭୁବନେଶ୍ୱର,୨୪।୮(ଏସଏସନିଉଜ)ଧାରଣାରୁ ଓହରିଲେ ଅଲ ଓଡ଼ିଶା ଶିକ୍ଷକ ଆଶାୟୀ ସଂଘ।ସରକାରଙ୍କ ସହ ଆଲୋଚନା ପରେ ଆଜି ସାମୂହିକ ଧାରଣାରୁ ଉଠିଲେ।୪ ମାସରେ ସରକାର ଦାବି ପୂରଣ ଆଶ୍ୱାସନା ଦେଇଛନ୍ତି କହିଲା ସଂଘ।

୨୦୨୬ମସିହା,ଅଗଷ୍ଟମାସ,୨୩ତାରିଖ,ରବିବାର,ଶ୍ରୀମନ୍ଦିରେ ଓ ଶ୍ରୀକ୍ଷେତ୍ରରେ ସପ୍ତଦିନାତ୍ମକ ଝୁଲଣଯାତ୍ରା ଆରମ୍ଭ,ଶ୍ରୀମନ୍ଦିରେ ଓ ସ୍ମାର୍ତ୍ତସମ୍ମତ ପୁତ୍ରଦା ଏକାଦଶ୍ୟୁପବାସ ଶ୍ରୀଜୀଉଙ୍କ ପବିତ୍ରାଧିବାସ,ଅଦ୍ୟ ରବି ନାରାୟଣ ବ୍ରତ,ଋତୁ- ବର୍ଷାଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୩୨🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୬/୩୩ଶ୍ରାବଣ ମାସ, ଶୁକ୍ଳପକ୍ଷ,ଆଦିତ୍ୟବାସ,ତିଥି- ଏକାଦଶୀ ରାତ୍ରି ଘ୪/୧୨ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ।ନକ୍ଷତ୍ର-ମୂଳାନକ୍ଷତ୍ର…

ଭୁବନେଶ୍ୱର,୨୨।୮(ଏସଏସନିଉଜ)ଓଡ଼ିଶା ବନ୍ଦ ଡାକରା ନେଇ ପିସିସି ସଭାପତି ଭକ୍ତଦାସ ବଡ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ,ସେପ୍ଟେମ୍ବର ୯ରେ ଇଣ୍ଡିଆ ମେଣ୍ଟ ଘୋଷଣାକରିବ ଓଡ଼ିଶାରେ କିଭଳି ଓ କେଉଁଦିନ ହେବ ବନ୍ଦ ଡାକରା ଦିଆଯିବ।ଏନେଇ କଂଗ୍ରେସଭବନରେ ସରିଲା ଇଣ୍ଡିଆ ମେଣ୍ଟର ବୈଠକ। ପର୍ଯ୍ୟାୟ କ୍ରମେ ଆନ୍ଦୋଳନ କରିବାପାଇଁ ନିଷ୍ପତି ନେଲା ଇଣ୍ଡିଆ ମେଣ୍ଟ। ୨୩ରେ ସବୁଜିଲ୍ଲାରେ ହେବ ଇଣ୍ଡିଆବ୍ଲକର ବୈଠକହେବ ଓ ୨୪ରୁ ଖଣିଜ ଉତ୍ତୋଳନ ଜିଲ୍ଲା ଗୁଡ଼ିକରେ ଜନଜାଗରଣ ଆନ୍ଦୋଳନ ହେବ।୨୫ରେ ପ୍ରତିରୋଧ…

ଭୁବନେଶ୍ୱର,୨୨।୮(ଏସଏସନିଉଜ)ସରିଲା ଦୁଇ ଦିନର ଲୁଚକାଳି ଖେଳ।ଗିରଫ ହେଲେ ସ୍ମାର୍ଟସିଟି ଅନ୍ ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ ଅଧ୍ୟକ୍ଷ ଦୀନବନ୍ଧୁ ନାୟକ।ପୁରୀରୁ ଦୀନବନ୍ଧୁ ନାୟକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ବାରିପଦା,୨୨।୮(ଏସଏସନିଉଜ)ଟାଉନ୍ ଥାନା SIଙ୍କ ନାଁରେ ଲଭ୍ ସେକ୍ସ ଧୋକା ଅଭିଯୋଗ ଆସିଛି।SI ପ୍ରଭାତ ନାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଜନୈକ ମହିଳା।ମହିଳାଙ୍କ ଅଭିଯୋଗଅନୁଯାୟୀ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକସମ୍ପର୍କ ରଖିଥିଲେ।କିଛିବ୍ୟକ୍ତି ସମାଜସେବୀକହି ପ୍ରଭାତଙ୍କ ସହ ବିବାହ କରାଇଥିବା ମଧ୍ୟ ଅଭିଯୋଗ ଆସିଛି।SI ଏବେ ଧରାଛୁଆଁ ଦେଉ ନଥିବାରୁ ଥାନାର ଦ୍ବାରସ୍ଥ ହେଲେ ମହିଳା।ମୟୂରଭଞ୍ଜ SPଙ୍କ ନିକଟରେ ଅଭିଯୋଗପରେ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି।SI,ତାଙ୍କ…

୨୦୨୬ ମସିହା,ଅଗଷ୍ଟମାସ,୨୨ତାରିଖ,ଶନିବାର,ଶ୍ରୀମନ୍ଦିରେ ଓ ଶ୍ରୀକ୍ଷେତ୍ରରେ ଝୁଲଣଯାତ୍ରା ଅଧିବାସ।ଋତୁ-ବର୍ଷାଋତୁର (ଦ୍ବିତୀୟମାସ) ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୨୪🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୭/୨୬,ଶ୍ରାବଣମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ଦଶମୀ ରାତ୍ରି ଘ୧/୪୬ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ.ନକ୍ଷତ୍ର-ଜ୍ୟେଷ୍ଠା ନକ୍ଷତ୍ର ଦିବା ଘ୩/୧୮ମିପର୍ଯ୍ୟନ୍ତ ତଦନ୍ତେ ମୂଳାନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ,ରାତ୍ରି ଘ୧/୪୬ମି ପରେ ଆଗ୍ନେୟ…

ଭୁବନେଶ୍ୱର,୨୧।୮(ଏସଏସନିଉଜ)ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି।୮୮ ବର୍ଷ ବୟସରେ ଆଖିବୁଜିଲେ ପ୍ରଣବ ପଟ୍ଟନାୟକ।ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଛି।ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ଶେଷଦର୍ଶନ କରୁଛନ୍ତି।ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।ଅନେକ କାଳଜୟୀ ଗୀତ ଭେଟି ଦେଇଛନ୍ତି ପ୍ରଣବ।ରୂପସୀ ରାଣୀ ଗୋ ମୋର, ଏମିତି ରାତି ସେ ଯେ ଅଭୁଲା ସ୍ମୃତି ଆଦି ଗୀତ ଆଜି ବି ଗୁଞ୍ଜରଣ ସୃଷ୍ଟି କରୁଛି।

କଟକ,୨୦।୮(ଏସଏସନିଉଜ)ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ଶୀର୍ଷକ ଆଲୋଚନା ଚକ୍ର ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଶ୍ରୀ ଆୟୁର୍ବେଦମହାବିଦ୍ୟାଳୟ ଏବଂ ବାରଙ୍ଗ ମଧୁବନସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ଅନୁଷ୍ଠାନ ମୁଖ୍ୟ ବ୍ରହ୍ମାକୁମାରୀ ସ୍ନେହଲତା, କାଜଲଭଉଣୀ, ସ୍ମୃତି ଭଉଣୀ ଏବଂ…

ଭୁବନେଶ୍ୱର, ୨୦|୮(ଲିଙ୍ଗରାଜ ରାଉତ)ରାଜ୍ୟର ଗର୍ବ ଓ ଗୌରବ ସାଜିଥିବା ନନ୍ଦନକାନନରେ ବାଘ ଛୁଆ ପ୍ରିନ୍ସ,ବ୍ଲାକ୍ ବକ୍ ମୃତ୍ୟୁ ପରେ ଆଜି ପୁଣି ଏକ ଜଳହସ୍ତୀର ମୃତ୍ୟୁ ହୋଇଛି।ଗୋଟିଏ ସପ୍ତାହ ଭିତରେ ୩ଟି ଜନ୍ତୁଙ୍କ ମୃତ୍ୟୁ ଜନ୍ତୁ ବିଭାଗର ପରିଚାଳନାଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁସାରେ ଜଳହସ୍ତୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିଲା।ଏସିଏଫ୍ ଡା. ରୁଦ୍ର ରଥଙ୍କ ତତ୍ୱାବଧାନରେ ଡାକ୍ତରୀଟିମ୍ ଚିକିତ୍ସା କରୁଥିଲେ ବୋଲି କୁହାଯାଉଥିଲା, ତଥାପି ଜଳହସ୍ତୀକୁ ବଞ୍ଚାଯାଇ…

୨୦୨୬ ମସିହା,ଅଗଷ୍ଟମାସ,୨୧ତାରିଖ,ଶୁକ୍ରବାର,ଶ୍ରୀମନ୍ଦିରେ ବାଡ଼ିନୃସିଂହ ବିଜେ ।ଋତୁ-ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୧🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୮/୩,ଶ୍ରାବଣମାସ,ଶୁକ୍ଳପକ୍ଷ, ଭୃଗୁବାସ,ତିଥି-ନବମୀ ରାତ୍ରିଘ୧୧/୧୩ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ଅନୁରାଧା ନକ୍ଷତ୍ର ଦିବାଘ୧୨/୧୩ମି ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା ନକ୍ଷତ୍ର,ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପୂର୍ବ ଦିଗରେ, ରାତ୍ରି ଘ୧୧/୧୩ମି ପରେ ଉତ୍ତରଦିଗରେ। ରିକ୍ତାତିଥି…

ଭୁବନେଶ୍ୱର,୧୯।୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ବେପାର ଓ ଗୁଣ୍ଡାଗିରି ! ସଫେଇ ସାମଗ୍ରୀ ନାଁରେ ନକଲି ସାମଗ୍ରୀ ଯୋଗାଣ ହେଉଥିବାର ଘଟଣା ଆଜି ଧରାପଡିଛି। ଆର ଆର ଡିଷ୍ଟ୍ରିବ୍ୟୁଟର ପକ୍ଷରୁ ବୁଧବାର ଆସିଥିବା ୧୩୦ ବୋତଲ ଫିନାଇଲ ମଧ୍ୟରୁ ଅଧିକାଂଶ ମାଟିଆ ରଙ୍ଗର ଓ ବିନା ସିଲର ନକଲି ଥିଲା। ଡ୍ୟୁଟିରେ ଥିବା ଫରେଷ୍ଟ ଗାର୍ଡ ସନ୍ତୋଷ ତରାଇ ଏହାକୁ ରିସିଭ କରିବାକୁ ମନା କରିବା ପରେ କିପରି ବର୍ଷ ବର୍ଷ ଧରି ଏହି କାରବାର […]

ଅଗଷ୍ଟ ମାସ ୨୦ ତାରିଖ ୨୦୨୬ ମସିହା (ଗୁରୁବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ୦୮/୪୪ ଗତେ ନବମୀ, ନକ୍ଷତ୍ର-ବିଶାଖା ଦିବା ଘ୦୯/୧୯ ଗତେ ଅନୁରାଧା,ସୂର୍ୟୋଦୟ- ପ୍ରାତଃ ଘ୦୫/୩୧/୫୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୯/୫୨,ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୦୮/୪୪ ଗତେ ପୂର୍ବେ,ତୁଳା ଓ କୁମ୍ଭରାଶିର ଘାତବାର,ମୃତେ ଦିବା ଘ୦୯/୧୯ଗତେ ଏକପାଦ ପୁଷ୍କର ଦୋଷ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୨/୫୮ ଗତେ ଘ୦୬/୧୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ରାତ୍ରି…

୨୦୨୬ମସିହା,ଅଗଷ୍ଟମାସ,୧୯ତାରିଖ,ବୁଧବାର।ଗୋସ୍ବାମୀ ତୁଳସୀଦାସ ଜୟନ୍ତୀ ।ଋତୁ-ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୧/ ୧୩🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୯/୧୫ଶ୍ରାବଣମାସ,ଶୁକ୍ଳପକ୍ଷ,ପଣ୍ଡିତ ବାସ,ତିଥି-ସପ୍ତମୀ ସନ୍ଧ୍ୟା ଘ୬/୪୨ମିପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ.ନକ୍ଷତ୍ର- ସ୍ବାତୀ ନକ୍ଷତ୍ର ମଳ ପ୍ରାତଃଘ୬/୫୧ମି ପର୍ଯ୍ୟନ୍ତ ତଦନ୍ତେ ବିଶାଖାନକ୍ଷତ୍ର ।ବ୍ରହ୍ମଯୋଗ ରାତ୍ରି ଘ୪/୩୪ମିପର୍ଯ୍ୟନ୍ତ ତଦନ୍ତେ ଇନ୍ଦ୍ରଯୋଗ,କରଣ-ଗରକରଣ ପ୍ରାତଃ ଘ୫/…

୨୦୨୬ ମସିହା, ଅଗଷ୍ଟ ମାସ, ୧୭ ତାରିଖ, ସୋମବାର,ସିଂହ ସଂକ୍ରାନ୍ତି, ତଦ୍ ବିହିତ ଉପବାସ ଗ୍ରହପୂଜା ହୋମ ଓ ଦାନାଦି, ସୂର୍ଯ୍ୟୋଦୟ ରୁ ଦିବା ଘ୧୦/୫୮ମି ମଧ୍ୟେ ସଂକ୍ରାନ୍ତିର ପୁଣ୍ୟକାଳଃ । ଦିବା ଘ୧୦/୫୮ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ସଂକ୍ରାନ୍ତିର ବିଶିଷ୍ଟ ପୁଣ୍ୟକାଳଃ ।ବିବିଧ- ହଳ ନିଷେଧ, ସ୍ତ୍ରୀତୈଳ ବର୍ଜ୍ଜନ,🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୦/୨୭🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୧୦/୨୭ ଶ୍ରାବଣ ମାସ,ଶୁକ୍ଳପକ୍ଷ,ଚନ୍ଦ୍ର ବାସ,ତିଥି- ପଞ୍ଚମୀ ଦିବା ଘ୪/୨୦ମି ପର୍ଯ୍ୟନ୍ତ ତଦନ୍ତେ…

ଭୁବନେଶ୍ୱର,୧୫।୮(ଏସଏସନିଉଜ)ବାରଙ୍ଗ ପ୍ରେସକ୍ଲବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏଥିରେ କ୍ଲବ୍ ସଭାପତି ଲିଙ୍ଗରାଜ ରାଉତ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ତ୍ରିଲୋଚନ ଦାସ, କୋଷାଧ୍ୟକ୍ଷ ପ୍ରକାଶ ସାହୁ,କୃଷ୍ନଚ ନ୍ଦ୍ର ସ୍ୱାଇ,ଦେବରାଜ ସାହୁ,ଅଜୟ ରାଉତ, କମଳା କାନ୍ତ ନାୟକ,ସେଖ ମୁନାବ,ଲୋଚନ ମୁଦୁଲି,,ସନ୍ତୋଷ ମଲ୍ଲିକ,ଗୌତମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭାବେ ମୁଣ୍ଡଳୀ ସ୍ତିତ ଏନଡିଆରଏଫ, ମୁଣ୍ଡଳୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ…

୧୬-୮-୨୦୨୬(ରବିବାର)ଅଦ୍ଯ କର୍କଟ ଦି୩୧ନ,ଶ୍ରାବଣ ଶୁକ୍ଳଚତୁର୍ଥୀ ଦ୨୬।୪୦ଦିଘ ୪।୧୦,ହସ୍ତା ଦ୫୪।୫୪ ରାଘ୩।୫୧,କନ୍ଯା ଚନ୍ଦ୍ର ଦ୬୦।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T)କର୍କଟ ଦ୫/୨୨/୪୫ ଇଂଘ ୫/୩୦/୨୦ଗତେ ଉଦୟ।ମକର ଦ ୪/୨୭/୪୨ ଇଂଘ ୬/୧୧/୧୫ଗତେ ଅସ୍ତ,ଯୋଗିନୀ ନୈଋତେ । ଦିବା ଘ୪।୧୦ ଗତେ ଦକ୍ଷିଣେ । ଯାତ୍ରାଦି ଶୁଭକର୍ମ ନାସ୍ତି,ଗତ ଦିବସ ନକ୍ଷତ୍ର ଓ ରାଶି ମାନଙ୍କ ତାରାଚନ୍ଦ୍ର ଶୁଦ୍ଧି । ରାତ୍ରି ଘ୩।୫୧ଗତେ ସ୍ଵାତୀ ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଶତଭିଷା ପୂର୍ବଭାଦ୍ର…

ଭୁବନେଶ୍ୱର,୧୪।୮(ଏସଏସନିଉଜ)ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ ସେଲ ଓ ବାରଙ୍ଗ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ମିଳିତ ସହଯୋଗରେ ନିଶାମୁକ୍ତ ଭାରତ ସମ୍ପର୍କୀୟ ଏକ ଆଲୋଚନା ଚକ୍ର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟରଅଧ୍ୟକ୍ଷ ଡ଼.ଶେଖ ନଇମୁଦ୍ଦିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ମୁଖ୍ୟବକ୍ତା ବ୍ରହ୍ମକୁମାରୀ ପ୍ରତିମା ଭଉଣୀ ବିଭିନ୍ନ ଉଦାହରଣ ସହ ନିଶାର ଭୟାବହତା ଓ ଏହାର ନିରାକରଣ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ…