Blog
Samaya Live
RSS Feed of Samaya Live
Subscribe:.rss.atom.json.md
Overdue Last read · last published · next check
Last read 3 days ago, longer than this feed's 1 hour schedule.
Latest posts

ସାମଗ୍ରୀ _ ଚିକେନ, କଟା ପିଆଜ, ରସୁଣ, ଅଦା, ଶୁଖିଲା ଲଙ୍କା, ଟମାଟୋ, ଭୃସଙ୍ଗ ପତ୍ର, ଖଣ୍ଡ ନଡିଆ, ଗୋଟା ଧନିଆ, ଗୋଟା ଜିରା, ପାନମଧୁରୀ, ଗୁଜୁରାତି, ଅଳେଇଚ, ଲବଙ୍ଗ,ଗୋଲମରିଚ, ଗୋଟା ଗରମ ମସଲା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ,ମିଟ ମସଲା, କାଶ୍ମିରୀ ଚିଲି, କସୁରୀ ମେଥି, ତେନ୍ତୁଳି ରସ, ଚିନି, ଗରମ ମସଲା ଗୁଣ୍ଡ, ଧନିଆ ପତ୍ର । ପ୍ରଣାଳୀ _ ଚିକେନକୁ ଧୋଇ ଲୁଣ ଓ ହଳଦି ପକାଇ ଗୋଳାଇ ରଖନ୍ତୁ । ପିଆଜକୁ କାଟି ରଖନ୍ତୁ । ଏହାପରେ ଟମାଟୋ, ରସୁଣ, ଅଦା, ଶୁଖିଲା ଲଙ୍କାକୁ ବାଟି…

ଇଂଲଣ୍ଡର ଚେଷ୍ଟର ଚିଡ଼ିଆଖାନାରେ ଥିବା ୨୩ ବର୍ଷୀୟା 'ଜୋଡି ଫୋଷ୍ଟର' ନାମକ ଏକ ୧୫ ଫୁଟ ଲମ୍ବ ଓ ୫୦ କିଲୋ ଓଜନର ଅଜଗର ସାପ କ୍ୟାନ୍ସରରୁ ରକ୍ଷା ପାଇବାରେ ସଫଳ ହୋଇଛି । ପ୍ରଥମେ ତା' ଶରୀରରେ 'ଫାଇବ୍ରୋସାର୍କୋମା' ନାମକ କ୍ୟାନ୍ସର ବୋଲି ଜଣାପଡ଼ିବା ପରେ ସର୍ଜରୀ କରାଯାଇଥିଲା । ମାତ୍ର କିଛି ଦିନ ପରେ କ୍ୟାନ୍ସର ପୁଣି ଫେରିବାରୁ ଏବଂ ହାଡ଼ ପର୍ଯ୍ୟନ୍ତ ବ୍ୟାପିଯିବାରୁ ଡାକ୍ତରମାନେ ସର୍ଜରୀ ସହ 'ଇଲେକ୍ଟ୍ରୋକିମୋଥେରାପି' କରିଥିଲେ । ସାପ ଶରୀରରେ ପ୍ରଥମ ଥର ପାଇଁ କରାଯାଇଥିବା ଏହି ବିରଳ…

ମହାରାଷ୍ଟ୍ରର ନାଗପୁରସ୍ଥିତ ଅନନ୍ତା ସୁପର ସ୍ପେଶିଆଲିଟି ହସପିଟାଲରେ ରୋଗୀଙ୍କ ପାଇଁ ଏକ ଅନନ୍ୟ 'ଅକ୍ସିବାର୍' ସେବା ଆରମ୍ଭ କରାଯାଇଛି । ଯେଉଁଠାରେ ଲୋକମାନେ ସୁଗନ୍ଧିତ ଓ ବିଭିନ୍ନ ଫ୍ଲେଭରଯୁକ୍ତ ଅକ୍ସିଜେନ ନେବାର ସୁବିଧା ପାଉଛନ୍ତି । ଏହି ସେସନ୍ ସମୟରେ ଚାରୋଟି ଭିନ୍ନ ଭିନ୍ନ ଫ୍ଲେଭରର ଅକ୍ସିଜେନ ସହ ଡିପ୍ ବ୍ରିଦିଂ, ଅରୋମାଥେରାପି, ନୂଆ ପ୍ରଙ୍ଗ୍ ଏବଂ ଗ୍ରୀନ୍ ଟି ମଧ୍ୟ ପ୍ରଦାନ କରାଯାଉଛି। ଯାହା ମାନସିକ ଅବସାଦ ଓ କ୍ଲାନ୍ତି ଦୂର କରି ଶରୀରକୁ ସତେଜ କରିବାରେ ସାହାଯ୍ୟ କରେବୋଲି…

ଚୀନ୍ ରେ ଆଜିକାଲି ଧନୀ ପରିବାରର ପିଲାମାନଙ୍କୁ ଶ୍ରମ ଓ ଚାଷକାର୍ଯ୍ୟ ଶିଖାଇବା ପାଇଁ ଏକ ସ୍ୱତନ୍ତ୍ର 'ହାର୍ଡସିପ୍ ସମର କ୍ୟାମ୍ପ'ର ଆୟୋଜନ କରାଯାଉଛି । ଏହି କ୍ୟାମ୍ପ ପାଇଁ ଅଭିଭାବକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ଯେଉଁଠାରେ ପିଲାମାନେ ଚାଷକାର୍ଯ୍ୟ, ଘୁଷୁରି ପାଳନ ଏବଂ ଗଛର ଛାଲ ଛଡ଼ାଇବା ଭଳି କଠିନ କାମ ଶିଖୁଛନ୍ତି । ଏହି କ୍ୟାମ୍ପର ୧୦ ଦିନିଆ ଫି ’ ୪,୦୦୦ ୟୁଆନ୍ (ପ୍ରାୟ ୪୮ ହଜାର) ରହିଛି । କ୍ୟାମ୍ପରେ ପହଞ୍ଚିବା ପରେ ପିଲାମାନଙ୍କର ମୋବାଇଲ୍ ଫୋନ୍ ଜମା ରଖାଯାଏ…

ବ୍ରାଜିଲର ଇଟାମାରାକା ଦ୍ବୀପରେ ୫୫ ବର୍ଷୀୟା ପରିବେଶବିତ୍ ଏଡନା ଦାନ୍ତାସ ଓ ତାଙ୍କ ଝିଅ ମାରିଆ ମିଶି କାଚ ବୋତଲ ଏବଂ ବର୍ଜ୍ୟବସ୍ତୁ ବ୍ୟବହାର କରି ଏକ ଅନନ୍ୟ ୭ କୋଠରୀ ବିଶିଷ୍ଟ ଘର ତଆରି କରିଛନ୍ତି । ପ୍ରଥମେ ଉଭୟ ପ୍ରାୟ ଦୁଇ ବର୍ଷ ଧରି ୧୩ ହଜାରରୁ ଅଧିକ ଫିଙ୍ଗାଯାଇଥିବା ବୋତଲ ସଂଗ୍ରହ କରିଥିଲେ । ଯାହାପରେ ସେଥିରୁ ୮ ହଜାର କାଚ ବୋତଲରେ ସେମାନେ ଘରର ଭିତ୍ତି ଓ କାନ୍ଥ, କାଠର ପୁରୁଣା ପ୍ୟାଲେଟରୁ ଘରର ଅନ୍ୟାନ୍ୟ ପ୍ରସ୍ତୁତ କରିଛନ୍ତି । ପ୍ରଥମେ ମାରିଆଙ୍କ ସିଲେଇ କର୍ମଶାଳା ପାଇଁ…

ସିନେ-ତାରକା ଶର୍ମିଳା ଟାଗୋର ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍'କୁ ନେଇ ଦେଇଥିବା ଏକ ବିବାଦୀୟ ବୟାନ ପରେ ଏବେ ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଶର୍ମିଳା ଟାଗୋର ଏକ ସାକ୍ଷାତକାରରେ କହିଛନ୍ତି ଯେ, 'ବନ୍ଦେ ମାତରମ୍' ସଙ୍ଗୀତରେ କାଳୀ ଓ ଦୁର୍ଗାଙ୍କ ଭଳି ଅନେକ ଦେବଦେବୀଙ୍କ ଉଲ୍ଲେଖ ଥିବାରୁ ଏହା ଏକ-ଈଶ୍ବରବାଦୀ ଆସ୍ଥା ରଖୁଥିବା ଲୋକଙ୍କ ପାଇଁ ସହଜ ନୁହେଁ । ତେଣୁ ସମସ୍ତଙ୍କୁ ଆପଣେଇବା ପାଇଁ ଏହାର ପ୍ରଥମ ଦୁଇଟି…

ମେଷ : ଅର୍ଥ ସମସ୍ୟା , ମାନସିକ କଷ୍ଟ , ଲୋକସମ୍ପର୍କ ବୃଦ୍ଧ , ଦୂର ଯାତ୍ରା , ଅନୁଷ୍ଠାନରୁ ଲାଭ , ଯାତ୍ରାରେ ସମସ୍ୟା , ଦେବକାର୍ଯ୍ୟରେ ଆଗ୍ରହ , ଶାରୀରିକ ସୁସ୍ଥତା । ଅଶ୍ବିନ ନକ୍ଷତ୍ର - ସତର୍କ ରୁହନ୍ତୁ , ଶୁଭରଙ୍ଗ - ନାଲି , ସଂଖ୍ୟା - ୮ , ଆରାଧନା - ମା ’ ଭଗବତୀ ବୃଷ : କାର୍ଯ୍ୟରେ ସଫଳ , ଶାରୀରିକ ସୁସ୍ଥ , ଅର୍ଥ ଲାଭ , ଶୁଭ ସମାଚାର , ଅଯଥା ଖର୍ଚ୍ଚାନ୍ତ , ଭ୍ରମଣ ଯୋଗ , ନୂତନ ଆୟ , ଦ୍ରବ୍ୟ ଲାଭ , ପାରିବାରିକ ସୁଖ , ସମ୍ପତ୍ତି ଲାଭ । କୃତ୍ତିକା ନକ୍ଷତ୍ର - ସତର୍କ…

ବାରିପଦା : ଖାକିରେ ଲାଗିଲା ଦାଗ। ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ୍ ଥାନାରେ କାର୍ଯ୍ୟରତ ସବ୍-ଇନ୍ସପେକ୍ଟରଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ବାରିପଦା ଟାଉନଥାନା କାର୍ଯ୍ୟରତ ସବ-ଇନସପେକ୍ଟର ପ୍ରଭାତ ନାୟକ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ ହୋଇଛି। ଘଟଣାରେ ସବ-ଇନସପେକ୍ଟର ପ୍ରଭାତ ନାୟକଙ୍କୁ ଅଟକ ରଖାଯାଇଛି । ଘଟଣା ଅନୁସାରେ, ପୁରୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଏସଆଇ…

ଭୁବନେଶ୍ବର : ଲଗାତାର ଲଘୁଚାପ ବର୍ଷାରେ ହନ୍ତସନ୍ତ ପରେ ଲାଗିଥିଲା ସାମୟିକ ବ୍ରେକ । ପୁଣି ଆଗକୁ ସପ୍ତାହେ ଧରି ଭିଜିବ ଓଡିଶା । ବଙ୍ଗୋପସାଗରରେ ପଛକୁ ପଛ ପୁଣି ଆସୁଛି ଆଉ ୨ଟି ଲଘୁଚାପ । ଗୋଟିଏ ରହିଛି ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ । ସେହିପରି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ବି ରହିଛି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ଅନୁଷ୍ଠିତ ହେବ। ଦୀର୍ଘ ଦିନର ଏହି ବିବାଦ ଆସନ୍ତା ଦୀପାବଳି ପୂର୍ବରୁ ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି । ଓଡ଼ିଶା ଓ ଛତିଶଗଡ଼-ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସକରାତ୍ମକ ଆଭିମୁଖ୍ୟ ଯୋଗୁଁ ଆଜି ଏହି ମାମଲା ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିପାରିଛି ବୋଲି ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ…

ଭୁବନେଶ୍ବର : ୨୦୨୬-୨୭ ଖରିଫ ଧାନ ସଂଗ୍ରହପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଲକ୍ଷ ୧୮ହଜାରରୁ ଅଧିକ ଚାଷୀ ନାମ ପଞ୍ଜୀକରଣ । ଗତକାଲି ଗୋଟିଏ ଦିନରେ ଗୋଟିଏ ଦିନରେ ୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକରଣ କରିଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ କୃଷି ସମବାୟ ସମିିତି(ପାକ୍ସ), ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି (ଲାମ୍ପ୍ସ) ଓ ପାଣି ପଞ୍ଚାୟତରେ ପଞ୍ଜୀକରଣ କରାଯାଉଛି । ଖରିଫ ଧାନ କିଣା ପାଇଁ ଅଗଷ୍ଟ ୬ ତାରିଖରୁ…

ବିହାର ସରକାର କଣ୍ଟେଣ୍ଟ କ୍ରିଏଟର୍ସମାନଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ସୋସିଆଲ୍ ମିଡିଆରେ ରିଲ୍ସ ବନାଇ କ୍ରିଏଟର୍ସମାନେ ୧ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏବେ ରିଲ୍ସ ପ୍ରସ୍ତୁତ କରିବା କେବଳ ଭ୍ୟୁଜ୍ ପାଇବାର ମାଧ୍ୟମ ହୋଇ ରହିବ ନାହିଁ, ବରଂ ଏହା ମାଧ୍ୟମରେ ଭ୍ୟୁଜ୍ ଆଧାରରେ ଭଲ ଆୟ ମଧ୍ୟ ହୋଇପାରିବ। ଅର୍ଥାତ୍ ଯେତେ ଅଧିକ ଭ୍ୟୁଜ୍ ମିଳିବ, ସେତେ ଅଧିକ ରୋଜଗାର ହେବ । ଏହି ଯୋଜନା ଅଧୀନରେ ୩୦ ଦିନ ମଧ୍ୟରେ ୧ ଲକ୍ଷ ଭ୍ୟୁଜ୍ ଆସିଲେ ୧୦ ହଜାର ଏବଂ ଗୋଟିଏ…

ତାମିଲନାଡୁର ତିରୁନେଲବେଲି ଅଞ୍ଚଳର ଇସାକ୍କି ମୁଥୁ (ଯିଏ ସୋସିଆଲ ମିଡିଆରେ 'ମୁରୁଗନ୍' ନାମରେ ମଧ୍ୟ ଜଣାଶୁଣା) ସେ ଏକ ଅଜବ କାରନାମା କରି ଚର୍ଚ୍ଚାକୁ ଆସିଛନ୍ତି । ସେ ହଜାର ହଜାର ଭାରତୀୟ ମହୁମାଛିଙ୍କୁ ନିଜ ମୁହଁ ଓ ମୁଣ୍ଡରେ ବସାଇ ୫ ଘଣ୍ଟା ୩ ମିନିଟ୍ ପର୍ଯ୍ୟନ୍ତ ବିନା ହଲଚଲ ହୋଇ ରହିଥିଲେ । ସୂଚନା ଅନୁସାରେ ଫେବୃଆରୀ ୨୦ ତାରିଖରେ ମାରିଆ ଆର୍ଟସ ଆଣ୍ଡ ସାଇନ୍ସ କଲେଜରେ ସେ ଏହି ରେକର୍ଡ ସୃଷ୍ଟି କରିଥିଲ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି…

ପ୍ରଣବ କିଶୋର ପଟ୍ଟନାୟକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଅନ୍ୟତମ ଶ୍ରେଷ୍ଠ ଗାୟକ, ଯିଏକି ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଆ ସଙ୍ଗୀତ ଜଗତରେ ଆଧିପତ୍ୟ ବିସ୍ତାର କରିରହିଥିଲେ । ଅଗଷ୍ଟ ୨୧, ୨୦୨୬ରେ ୮୮ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି, ତାଙ୍କ କଣ୍ଠ ଆଜି ନିରବି ଯାଇଛି ସତ ହେଲେ ସେ ଶ୍ରୋତାଙ୍କ ହୃଦୟରେ ସବୁବେଳେ ତାଙ୍କ ସଙ୍ଗୀତ ମାଧ୍ୟମରେ ଜୀବନ୍ତ ରହିବେ । ୧୯୩୮ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଣବ ପଟ୍ଟନାୟକ ତାଙ୍କ ପିତା ଦ୍ୱାରା ଅତ୍ୟନ୍ତ ଅନୁପ୍ରାଣିତ…

ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି । ବର୍ତ୍ତମାନ ସୁନିତାଙ୍କ ଦାବି ଅନୁଯାୟୀ ଗୋବିନ୍ଦା ଓ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାର ବିବାହ କରିବାକୁ ଯୋଜନା କରୁଥିଲେ । ତେବେ ସେ ଏହି ଦାବି ରାକ୍ଷୀ ସାୱନ୍ତଙ୍କ ଆଗରେ କରିଥିବା ଜଣା ପଡିଛି । ଯେଉଁଥିପାଇଁ ସେ ନିଜ ଛାଡପତ୍ର ଆବେଦନ ପ୍ରତ୍ୟାହାର କରିଥିବା ଜଣାପଡିଛି । ସେହିଭଳି ଗୋବିନ୍ଦା ଓ କୋମଲଙ୍କୁ ଏକାଠି ଦେଖିବା ତାଙ୍କ ପାଇଁ ଖୁବ ଯନ୍ତ୍ରଣାଦାୟକ ଥିଲା ବୋଲି…

ସୁବର୍ଣ୍ଣପୁର : ମହାନଦୀ କୁ ଡେଇଁ ୨ ନାବାଳିକାଙ୍କୁ ଆତ୍ମହତ୍ୟା ଉଦ୍ୟମ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚଢେଇପାଙ୍କ ଗାଁ ନିକଟରେ ଯାଉଥିବା ମହାନଦୀ କୁ ଡେଇଁ ୨ ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସୌଭାଗ୍ୟ ବଶତଃ ମତ୍ସ୍ୟଜୀବୀ ମାନେ ଏହା ଦେଖି ଅଗ୍ନିଶମ ବାହିନୀଙ୍କ ସହାୟତାରେ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ଉଭୟ ନାବାଳିକାଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ…

ଭୁବନେଶ୍ୱର : ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ଆତଙ୍କରାଜ ଘଟଣାରେ କାର୍ଯ୍ୟାନୁଷ୍ଠାନ । କ୍ଷମା ପ୍ରାର୍ଥନା ପରେ ବି ଗିରଫ ହୋଇ ଜେଲ ଗଲେ ସ୍ମାର୍ଟ୍ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋ ଚାଳକ ସଙ୍ଘ ସଭାପତି ଦୀନବନ୍ଧୁ ନାୟକ । ଗତକାଲି ପୁରୀରୁ ତାଙ୍କୁ ଗିରଫ କରାଯାଇଥିଲା। ପରେ ବିଳିମ୍ବିତ ରାତିରେ ଭୁବନେଶ୍ୱର ଆଣି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଜୁର ପରେ ତାଙ୍କୁ ଜେଲ ପଠାଯାଇଛି । ଘଟଣା ପରେ ପୋଲିସ କିଛି ଅଟୋ ଓ ଡ୍ରାଇଭରଙ୍କୁ ଅଟକ ରଖିବା ସହ…

ତାଳଚେର : ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଦିବସ। ଏଥିପାଇଁ ସ୍ୱାମୀଜୀଙ୍କ ଜନ୍ମସ୍ଥାନ ଅନୁଗୁଳ ଜିଲ୍ଲା ତାଳଚେରର ଗୁରୁଜାଙ୍ଗ ଗାଁରେ ଜନ୍ମ ଶତବାର୍ଷିକୀ ମହୋତ୍ସବ ପାଳନ ହେଉଛି। ଆୟୋଜିତ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । ସ୍ୱାମୀଜୀଙ୍କ ସ୍ମୃତିପୂତ ପବିତ୍ର ଗୁରୁଜାଙ୍ଗ ଗ୍ରାମକୁ ‘ଐତିହ୍ୟ ଗ୍ରାମ’ ଭାବେ ଗଢି ତୋଳାଯିବା ସହ ଗୁରୁଜାଙ୍ଗ ପଞ୍ଚାୟତକୁ ‘ଆଦର୍ଶ ପଞ୍ଚାୟତ’ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା…

ମେଷ : ବ୍ୟବସାୟରେ ସ୍ବଳ୍ପଲାଭ , ଶରୀର ସୁସ୍ଥ , ଅର୍ଥସମସ୍ୟା , ଅଯଥାକଷ୍ଟ , ଶତ୍ରୁସମସ୍ୟା , ଦ୍ରବ୍ୟଲାଭ , ଅନୁଷ୍ଠାନରୁ ଲାଭ , ବନ୍ଧୁସାହାଯ୍ୟ , ଦାମ୍ପତ୍ୟସୁଖ , ସମ୍ପତ୍ତିବିବାଦ , ଦୂରଯାତ୍ରା , ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ , ଶୁଭରଙ୍ଗ - ଧଳା , ସଂଖ୍ୟା - ୭ , ଆରାଧନା - କୁବେର ଭଗବାନ ବୃଷ : ମାନସିକଶାନ୍ତି , ଯାତ୍ରାରେ ସତର୍କ , ପାରିବାରିକ ସମସ୍ୟା , ଶୁଭଆଲୋଚନା , ବ୍ୟବସାୟରେ ସଫଳ , ପ୍ରୀତି ବୃଦ୍ଧି , ବନ୍ଧୁସାହାଯ୍ୟ , ଶରୀରକଷ୍ଟ , ଅଯଥାବିବାଦ , ଶତ୍ରୁସମସ୍ୟା ,…

ଭୁବନେଶ୍ବର : ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ସହାୟତା ରାଶି । ଆସନ୍ତା ୨୮ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା । ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା । ଏ ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ୨ ଲକ୍ଷ ୨୧ ହଜାର ୫୪ ଜଣ ନୂଆ ସୁଭଦ୍ରା ହିତାଧିକାରୀ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଯେଉଁ ମାନଙ୍କର ପୂର୍ବରୁ ଏକାଧିକ ଇନଷ୍ଟଲମେଣ୍ଟ ବାକି ଅଛି ଫିଲ୍ଡ…

ଭୁବନେଶ୍ୱର : ପନିର ନୁହେଁ ପଏଜନ । ଟ୍ୱିନ୍ସିଟିରେ ଖାଦ୍ୟ ସୁରକ୍ଷା ଯାଞ୍ଚ କଡ଼ାକଡ଼ି । ତେଲ ମସଲା ପରେ ପରେ ବଜାର ସାରା ଭର୍ତି ଭେଜାଲ ପନିର । କଟକରୁ ବିପୁଳ ପରିମାଣରେ ଭେଜାଲ ପନିର ଜବତ ପରେ ପରେ ଆଜି ବ୍ରହ୍ମପୁର ଏବଂ ଭୁବନେଶ୍ୱରର ବିଭିନ୍ନ ହୋଟେଲ ଗୁଡିକ ଉପରେ ଫୁଡ ସେଫଟି ବିଭାଗର ୬ ଜଣିଆ ଟିମ୍ ଚଢ଼ାଉ କରିଛି । ଭୁବନେଶ୍ୱରର ଏକ ମଲରେ ଅପମିଶ୍ରଣ ପନିର ଥିବା ଜଣାପଡ଼ିବା ପରେ ମଲରେ ଥିବା ରେଷ୍ଟୁରାଣ୍ଟରେ ଚାଲିଛି ଯାଞ୍ଚ । ଗତକାଲି କଟକରେ ପ୍ରାୟ ୭୦ କ୍ୱିଣ୍ଟାଲ ଭେଜାଲ ପନିର ଜବତ…

ମେଷ : ସୁସମ୍ପର୍କ , ବିବାଦ ସମାଧାନ , ମାନସିକ ଚାପରୁ ମୁକ୍ତି , ଦୂରଯାତ୍ରା ସଫଳ , ପଦବୀଲାଭ , ପୂର୍ବକାର୍ଯ୍ୟରେ ଲାଭ , ଶରୀର ସୁସ୍ଥ , ସମ୍ପତ୍ତିଲାଭ , ଆୟବୃଦ୍ଧି , ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ , ଶୁଭରଙ୍ଗ - ଗୋଲାପି , ସଂଖ୍ୟା - ୯ , ଆରାଧନା - ମା ’ େକ୍ଷତ୍ରପାଳ ବୃଷ : କର୍ମେ ଅାନନ୍ଦ , ପାରିବାରିକ ସମ୍ପର୍କ , ସୁସମ୍ପର୍କ , ବ୍ୟବସାୟରେ ସ୍ବଳ୍ପ ଲାଭ , ପୁୁରାତନ ବିବାଦରୁ ମୁକ୍ତି , ନୂତନ ବ୍ୟବସାୟ , ଦେବକାର୍ଯ୍ୟରେ ସନ୍ତୁଷ୍ଟ , କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ…

ପ୍ରତିବର୍ଷ ଅଗଷ୍ଟ ୨୧ ତାରିଖରେ ପାଳିତ ହେଉଥିବା 'ଜାତୀୟ ବରିଷ୍ଠ ନାଗରିକ ଦିବସ' ବୟସ୍କ ବ୍ୟକ୍ତିମାନଙ୍କ ଜୀବନବ୍ୟାପୀ ସେବା, ତ୍ୟାଗ ଏବଂ ସମାଜ ଗଠନରେ ସେମାନଙ୍କ ଅମୂଲ୍ୟ ଯୋଗଦାନକୁ ସମ୍ମାନ ଜଣାଇବାର ଏକ ବିଶେଷ ଅବସର । ଆମ ସଂସ୍କୃତି ଓ ପରିବାରର ମୂଳଦୁଆ ସାଜିଥିବା ବରିଷ୍ଠ ନାଗରିକମାନଙ୍କ ଅଭିଜ୍ଞତା ଓ ଜ୍ଞାନ ଆଜିର ଯୁବପିଢ଼ି ପାଇଁ ସଦାସର୍ବଦା ଏକ ପ୍ରେରଣାର ଉତ୍ସ । ୧୯୮୮ ମସିହାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍ ଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଆରମ୍ଭ…

କେରଳର ସାଇକ୍ଲିଷ୍ଟ ସନୀଦ ନିଶା ନିବାରଣ ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ଏକ ନିଆରା ତଥା ସାହସିକ ଯାତ୍ରା ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ସେ ଆଗ ଚକ ନଥିବା ଗୋଟିଏ ଚକିଆ ସାଇକେଲ୍ ରେ କେରଳରୁ ନେପାଳ ଦେଇ ଏଭରେଷ୍ଟ ବେସ୍ କ୍ୟାମ୍ପ ପର୍ଯ୍ୟନ୍ତ ୧୧,୦୦୦ କିଲୋମିଟରର ଏକ ଅସାଧାରଣ ଯାତ୍ରାରେ ବାହାରିଛନ୍ତି । ତାଙ୍କର ଗତ ୧୨ ବର୍ଷ ଧରି ବାଇକ୍ ଷ୍ଟଣ୍ଟିଂର ଅଭିଜ୍ଞତା ରହିଛି । ବର୍ତ୍ତମାନ ସେ କେବଳ ପଛ ଚକ ସାହାଯ୍ୟରେ ସନ୍ତୁଳନ ରକ୍ଷା କରି ପ୍ରତିଦିନ ହାରାହାରି ୫୦-୬୦…

ମହାରାଷ୍ଟ୍ରର ନାସିକ୍ ରେ ଖରାପ ରାସ୍ତା ସମସ୍ୟାର ପ୍ରତିକାର ଦାବିରେ ଜଣେ ବ୍ୟକ୍ତି ଏକ ନିଆରା ଢଙ୍ଗରେ ପ୍ରତିବାଦ କରି ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ବଣ୍ଟି ଶ୍ରୀସାଗର ନାମକ ଏହି ବ୍ୟକ୍ତିଜଣକ ନିଜର 'ରୁଦ୍ର' ନାମକ ମଇଁଷି ପିଠିରେ 'ଯମଦୂତ' ଲେଖି, ତା' ଉପରେ ବସି ଖାଲଖମାରେ ଭରା ବିପଜ୍ଜନକ ରାସ୍ତା ଦେଇ ଯାଇ ନିଜର ବିରୋଧ ଜାହିର କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୈନନ୍ଦିନ ଯିବା ଆସିବାରେ ପ୍ରତିବନ୍ଧକ ସାଜିଥିବା ଏହି ଖରାପ ରାସ୍ତା ଓ ଖାଲ ଯୋଗୁଁ…

ଚୀନର ପ୍ରଯୁକ୍ତିବିଦ୍ୟା କମ୍ପାନୀ 'ୟୁନିଟ୍ରି' ଦ୍ୱାରା ନିର୍ମିତ 'ସୁପରମ୍ୟାନ୍' ନାମକ ଏକ ହ୍ୟୁମାନୋଏଡ୍ ରୋବୋଟ୍ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଏହା ଡେମୋ ଟେଷ୍ଟରେ ବିଶ୍ୱର ସବୁଠାରୁ ଦ୍ରୁତତମ ଆଥଲେଟ୍ ଉସେନ୍ ବୋଲ୍ଟଙ୍କ ରେକର୍ଡକୁ ପଛରେ ପକାଇ ନୂଆ ଇତିହାସ ରଚିଛି । ସାଂଘାଇଠାରେ ଅନୁଷ୍ଠିତ ଏହି ଡେମୋ ପ୍ରଦର୍ଶନରେ ରୋବୋଟ୍ ଟି ସେକେଣ୍ଡ ପ୍ରତି ୧୨.୬୬ ମିଟରର ସର୍ବାଧିକ ଗତିରେ ଦୌଡି ଏହି ସଫଳତା ଅର୍ଜନ କରିଛି । ଏହା ୨୦୦୯ ମସିହାରେ ବୋଲ୍ଟଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା…

ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ, ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ସୋସିଆଲ ମିଡିଆରେ ଅନ୍ ଲାଇନ୍ ଟ୍ରୋଲ୍ କରିବା ପଛରେ ଭାରତୀୟ ଜନତା ପାର୍ଟିର ଆଇଟି ସେଲ୍ ର ହାତ ରହିଛି । ଏକ ସାକ୍ଷାତକାରରେ ସୋନାକ୍ଷୀ ଜଣେ ବୁଦ୍ଧିମତୀ ଝିଅ ଏବଂ କେଉଁ ସମୟରେ କେଉଁ ପ୍ରସଙ୍ଗରେ ନିଜର ମତାମତ ରଖିବାକୁ ହେବ, ସେ ବିଷୟରେ ସେ ଭଲଭାବେ ଜାଣିଛନ୍ତି ବୋଲି ଶତ୍ରୁଘ୍ନ ସିହ୍ନା ମତ ଦେଇଛନ୍ତି । ସିଜେପିର ଜନ୍ତର-ମନ୍ତର ପ୍ରଦର୍ଶନକୁ ସୋନାକ୍ଷୀ…

ବଲାଙ୍ଗିର : ବଲାଙ୍ଗୀରରେ ଚାଞ୍ଚଲ୍ୟ । ଅନ୍ଧବିଶ୍ୱାସର କରୁଣ ପରିଣତି । ୫ଦିନ ପରେ ସାମ୍ନାକୁ ଆସିଲା ପାଣିରୁ ଉଦ୍ଧାର ହୋଇଥିବା ମୁଣ୍ଡ ବିହୀନ ଶବ ପଛର ଘଟଣା । ମାନସିକ ପୂରଣ ପାଇଁ ସାଙ୍ଗକୁ ଘରକୁ ଡାକି ବଳି ଦେଇଥିଲା ସାଙ୍ଗ । ଏହାପରେ ମୁଣ୍ଡକୁ ପୂଜାପାଠ କରି ଘର ଅଗଣାରେ ପୋତିବା ପରେ ଗଣ୍ଡିକୁ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା । ଏଭଳି ଲୋମଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ । ମୃତକ ତୁଷୁରା ଥାନା ବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ଖର୍ସେଲ…

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା । ଗହଣା ଦୋକାନରୁ ଲୁଟ ବେଳେ ସିସିଟିଭି ଫୁଟେଜ ଆଧାରରେ ଗିରଫ କରିଛି କମିଶନରେଟ ପୋଲିସ । ଗହଳି ର ସୁଯୋଗ ନେଇ ସିସିଟିଭି ଆଢୁଆଳରେ ଲୁଟ କରୁଥିଲେ ମହିଳା ଲୁଟେରା । ଚନ୍ଦ୍ରଶେଖର ମାରୁତି ଜୁଏଲାରୀରୁ ଗହଣା ଲୁଟ୍ ପରେ ତଦନ୍ତ କରି ତିନି ଜଣ ମହିଳାଙ୍କୁ ଗିରଫ କରାଯାଇଛି । ସାମ୍ନାକୁ ଆସିଛି ମହିଳାଙ୍କ ଲୁଟ୍ ସମୟର ସିସିଟିଭି । ମଙ୍ଗଳସୁତ୍ର ଦେଖିବା ଆଳରେ ଗହଣା ଲୁଟି ଅଣ୍ଟାରେ ଲୁଚାଇ ଖସି ପଳାଇଥିଲେ ମହିଳା ଗ୍ୟାଙ୍ଗ ।

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି । ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ ଜେଲ ଡିଆଇଜିଙ୍କ ଠାରୁ ଆରମ୍ଭ କରି ସହକାରୀ ମାତ୍ରନଙ୍କ ପର୍ଯ୍ୟନ୍ତ ୩୭୮ଜଣ ଅଧିକାରୀଙ୍କ ପୋଷାକ ଭତ୍ତା ୩୦୦୦ ଟଙ୍କାରୁ ୬୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏପରିକି ୨ ଚିଫ ୱାଡର୍ର୍, ୱାଡର୍ର୍ ଓ ମହିଳା ୱାର୍ଡରଙ୍କ ପୋଷାକ ଭତ୍ତା ବାର୍ଷିକ ୪ ହଜାର ରୁ ୮ ହଜାର ଟଙ୍କାକୁ ବୃଦ୍ଧି…

ଭୁବନେଶ୍ୱର: ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବ । ବିଶେଷ କରି କ୍ୟାବିନେଟ୍ ନିଷ୍ପତ୍ତିର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ତେଣୁ ଏଣିକି ପ୍ରତିମାସରେ ଦୁଇଥର କ୍ୟାବିନେଟ ବୈଠକ ବସିବ । ଏଥିପାଇଁ ସମସ୍ତ ପ୍ରଶାସନିକ ବିଭାଗକୁ ଆଗୁଆ ନିଜର ପ୍ରସ୍ତାବ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ନିର୍ଦ୍ଧାରିତ ବୈଠକର ଯଥେଷ୍ଟ ପୂର୍ବରୁ କ୍ୟାବିନେଟ୍ ନୋଟ୍ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାଖଲ କରିବାକୁ…

ଭୁବନେଶ୍ୱର : ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ ଅଟୋ ଚାଳକଙ୍କ ହିଂସାତ୍ମକ ଆଚରଣ । ସୋସିଆଲ ମିଡିଆରେ ପୋଷ୍ଟ କରି କ୍ଷମା ପ୍ରାର୍ଥନା କଲେ ସ୍ମାର୍ଟ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋ ମହାସଂଘର ସଭାପତି ଦୀନବନ୍ଧୁ ନାୟକ । ସେଦିନର ଘଟଣା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟରେ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରି ନିଜ ସମସ୍ୟା କଥା କହିଛନ୍ତି । ୧୪ ମିନିଟର ଭିଡିଓ ବାର୍ତ୍ତାରେ ଡ୍ରାଇଭର ମାନଙ୍କ ସପକ୍ଷରେ ମଧ୍ୟ ମତ ଦେଇଛନ୍ତି । ଗଣ୍ଡଗୋଳ ଘଟଣାରେ ଅଟୋ ଚାଳକଙ୍କୁ ଗୁଣ୍ଡା କହିବା ତାଙ୍କୁ ବ୍ୟଥିତ…

ଭୁବନେଶ୍ୱର : ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ଅହେତୁକ ଭାବେ ବଢ଼ିଚାଲିଛି ଖାଇବା ସାମଗ୍ରୀର ଦର । ବନ୍ୟା ପରେ ଏବେ ଉପରମୁହାଁ ହୋଇଛି ଚିନି ଦର । ଇଥାନଲ୍ ଉତ୍ପାଦନ ପାଇଁ ଆଖୁର ଏକ ବଡ଼ ଅଂଶ ବ୍ୟବହାର ହେଉଥିବାରୁ ଚିନି ଯୋଗାଣ ଉପରେ ଚାପ ସୃଷ୍ଟି ହୋଇଛି । ଫଳରେ ଚିନି ଦର ରେକର୍ଡ ସ୍ତରରେ ପହଞ୍ଚିଛି । ୪୨ ଟଙ୍କାରୁ ସିଧା ୬୦ଟଙ୍କାରେ ପହଞ୍ଚିଛି ଚିନି ଦର I ମାସେ ଭିତରେ ଚିନି କିଲୋ ପ୍ରତି ୨୦ ଟଙ୍କା ବଢ଼ିଥିବା ବେଳେ ଚୁଡ଼ା କିଲୋ ପ୍ରତି ୫ ଟଙ୍କା ବୃଦ୍ଧି ପାଇଛି। ମାସେ ତଳେ…

ଭୁବନେଶ୍ୱର : ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ନେଇ ପ୍ରସ୍ତୁତି ଚାଲିଛି। ସେପ୍ଟେମ୍ବର ୭ରେ ଖାରବେଳ ଭବନରେ ଏ ସଂକ୍ରାନ୍ତୀୟ ଏକ ବୈଠକ ବସିବ। ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନୁସଚିବ ରାଉରକେଲାସ୍ଥିତ ବିପିୟୁଟି, ବୁର୍ଲାସ୍ଥିତ ଭିଏସ୍ଏସ୍ୟୁଟି ଏବଂ ଭୁବନେଶ୍ବସ୍ଥିତ ଓୟୁଟିଆର କୁଳପତି, ସାରଙ୍ଗ ଆଇଜିଆଇଟି ନିର୍ଦେଶକ, ବ୍ରହ୍ମପୁରସ୍ଥିତ ପିଏମ୍ଇସି, କଳାହାଣ୍ଡିସ୍ଥିତ ଜିସିଇ ଏବଂ କେନ୍ଦୁଝରସ୍ଥିତ ଜିସିଇ ଅଧ୍ୟକ୍ଷ ଏବଂ…

ଭୁବନେଶ୍ୱର : ବ୍ରିକ୍ସ ଯୁବ ସମ୍ମିଳନୀ ଗୁଜୁରାଟର ଗାନ୍ଧୀନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ୧୧ଟି ଦେଶର ପ୍ରତିନିଧି ଭାଗ ନେଇଛନ୍ତି । ଶିକ୍ଷା, କୃତିମ ବୁଦ୍ଧିମତ୍ତା , ପରିବେଶ, ସାମାଜିକ ସୁରକ୍ଷା ଆଦି ଅନେକ ବିଷୟରେ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମ ନିମନ୍ତେ ଭାରତର ପ୍ରତିନିଧି ଦଳରେ ସାମିଲ ହୋଇଥିଲେ ଓଡ଼ିଶାର ଯୁବ ଉଦ୍ୟୋଗୀ ପ୍ରତ୍ୟୁଷ ଦେବାଶିଷ । ସେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଅନେକ ବିଷୟରେ ଭାରତର ପକ୍ଷ ରଖିଥିଲେ। ସେ ନିଜ ବକ୍ତବ୍ୟରେ ଶିକ୍ଷା,…

ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା । ଏଣିକି ଗ୍ରାମବାସୀଙ୍କୁ ଉପଲବ୍ଧ ହେବ ସହରୀ ସୁବିଧା । ସରକାର ଆରମ୍ଭ କରିବେ 'ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ' । ଗାଁର ବିକାଶ ପାଇଁ ସବୁ ଯୋଜନାକୁ ଦେବେ ବାସ୍ତବ ରୂପ । ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ସ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ବିକଶିତ କରାଯିବ । ପଞ୍ଚାୟତରେ ବିକାଶମୂଳକ ପ୍ରକଳ୍ପରେ ଖର୍ଚ୍ଚ କରିବ ଦେଢ କୋଟିରୁ ୩ କୋଟି ଟଙ୍କା । ଯେଉଁ ପଞ୍ଚାୟତରେ…

ଅରୁଣାଚଳ ପ୍ରଦେଶର ମୋନ୍ ପା ସମ୍ପ୍ରଦାୟରେ ଅନ୍ତିମ ସଂସ୍କାରର ଏକ ପ୍ରାଚୀନ ପରମ୍ପରା ରହିଆସିଛି । ଏହି ପରମ୍ପରାରେ ମୃତଦେହକୁ ୧୦୮ ଖଣ୍ଡ କରି ନଦୀରେ ଭସାଇ ଦିଆଯାଉଥିଲା, ଯାହାକୁ ମାଛ ଏବଂ ଅନ୍ୟାନ୍ୟ ଜଳଚର ଜୀବମାନେ ଆହାର ଭାବେ ଗ୍ରହଣ କରୁଥିଲେ । ମାନବ ଶରୀରକୁ ପ୍ରକୃତିକୁ ଫେରାଇ ଦେବାର ବିଶ୍ୱାସ ସହ ଜଡ଼ିତ ଏହି ରୀତିନୀତି ମୁଖ୍ୟତଃ ତୱାଙ୍ଗ ଅଞ୍ଚଳରେ ପ୍ରଚଳିତ ଥିଲା । ଯେଉଁଠାରେ 'ଥାମ୍ପା' ନାମକ ଜଣେ ବ୍ୟକ୍ତି ଶବକୁ ଲୋକଙ୍କଠାରୁ ଦୂରକୁ ନେଇ ଗୋଟିଏ ଗୋଟିଏ କରି ୧୦୮ ଖଣ୍ଡ ନଦୀରେ…