News source
Sambad : Latest Posts
RSS Feed
Subscribe:.rss.atom.json.md
Overdue Last read · last published · next check
Last read 3 days ago, longer than this feed's 1 hour schedule.
Latest articles

ଅହମଦାବାଦ: ଗୁଜରାଟର ଭାବନଗର ଜିଲ୍ଲାରେ ବିଷାକ୍ତ ମଦ ପିିଇବା ଯୋଗୁଁ ରବିବାର ସୁଦ୍ଧା ୧୩ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ମୁକେଶ ଦାମୋର (୩୬) ଓ ଭାର୍ଗବ ଉପାଧ୍ୟାୟ (୪୨)ଙ୍କ ସମେତ ଗତ ଦୁଇ ଦିନ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦାମୋର ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଉପାଧ୍ୟାୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେବି ତିନି ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅତି କମ୍ ରେ ୬୭ ଜଣ…


ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲା ରତ୍ନଗିରି ଉଦୟଗିରି ଥାନା ଅନ୍ତର୍ଗତ ଉମାଙ୍ଗ ଗ୍ରାମରେ ରବିବାର ବିଦ୍ୟୁତ୍ ଆଘାତ ରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ସୁବାସ। ସୂଚନା ଅନୁସାରେ ସୁବାସ ଆଜି କୌଣସି କାର୍ଯ୍ୟରେ ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ପରେ ଗ୍ରାମର ଅନ୍ୟ ଲୋକମାନେ ସୁବସଙ୍କ ମରଶରୀର ବିଦ୍ୟୁ ଖୁଣ୍ଟ ଉପରେ ଥିବା ଦେଖିବାକୁ ପାଇଥିଲେ। ଗାଁ ଲୋକଙ୍କର ସୂଚନା କ୍ରମେ ବିଦ୍ୟୁତ ବିଭାଗର କର୍ମଚାରୀ ଏବଂ ପୁଲିସ…

ଚନ୍ଦାହାଣ୍ଡି (ମହମ୍ମଦ ହୁସେନ): ଦୁଇ ଦିନ ହେବ ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ଚନ୍ଦାହାଣ୍ଡି ଦେଇ ପ୍ରବାହିତ ମୁଖ୍ୟ ନଦୀ ଯଥା ଭଣ୍ଡାର ନଦୀ, ତେଲ ନଦୀ, ବୋରେହି ନଦୀ, କୁକୁର ଜୋର୍, ସୁଖା ନଦୀରେ ବନ୍ୟା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି। ବିଗତ ଦଶ ବର୍ଷ ମଧ୍ୟରେ ଏଭଳି ନଦୀ ଗୁଡ଼ିକରେ ଜଳସ୍ତର ବଢ଼ି ନ ଥିବାବେଳେ ଚଳିତ ବର୍ଷ ନଦୀଗୁଡ଼ିକ ପୂର୍ଣ୍ଣଗର୍ଭା ହୋଇ ପଡ଼ିଛି। ଆଜି ନିଜ ଚାଷଜମିକୁ ସାର ନେଇ କି ଯିବା…

ଗୁଡ଼ାରୀ (ମକରଧ୍ଵଜ କାଦମ୍ବାଲୁ): ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ପେଣ୍ଡିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି। ଗ୍ରାମ ନିକଟସ୍ଥ ନାଳରେ ପ୍ରବଳ ଜଳ ପ୍ରବାହ ଯୋଗୁଁ ଗ୍ରାମବାସୀ ଜୀବନକୁ ବାଜି ଲଗାଇ ନାଳ ପାର ହେଉଥିବା ଦେଖିବାକୁ ମିଳିଛି। ଶୁକ୍ରବାର ରାତିଠାରୁ ଲଗାଣ ବର୍ଷା ହେବାରୁ ନାଳରେ ହଠାତ୍ ପାଣି ବଢ଼ିଯାଇଥିଲା। ଗ୍ରାମବାସୀ ବିଲରେ ରୁଆ ଓ ଡଙ୍ଗର କାମ ସାରି ଘରକୁ ଫେରିବା ବେଳେ ଭରା ନାଳ ପାର ହେବାକୁ ବାଧ୍ୟ…

କିଭ୍: ଋଷ ସହ ଯୁଦ୍ଧ ଚାଲିଥିବା ସମୟରେ ୟୁକ୍ରେନ ରେ ନିର୍ବାଚନ ଆୟୋଜନ କରିବା ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପ୍ରକାଶ କରିଛନ୍ତି। ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମିଖାଇଲୋ ଫେଡୋରୋଭ ନିର୍ବାଚନ ପାଇଁ ଦାବି କରିବା ପରେ ଜେଲେନସ୍କି ଏହି ପ୍ରତିକ୍ରିୟା ରଖିଛନ୍ତି। ଏପରି ସଙ୍କଟଜନକ ପରିସ୍ଥିତିରେ ନିର୍ବାଚନ କରିବା ଦେଶ ପାଇଁ ଏକ ବଡ଼ ବିପଦ ଏବଂ ଏହା ୟୁକ୍ରେନକୁ ବିଭାଜିତ କରିଦେବ ବୋଲି ସେ ଚେତାଇ ଦେଇଛନ୍ତି। ଦେଶକୁ ନଷ୍ଟ କରିବାର ଉଦ୍ଦେଶ୍ୟ ଥିଲେ…

ଢାକା: ବାଂଲାଦେଶ ରେ ଏକ ହିନ୍ଦୁ ପରିବାରର ଚାରିଜଣ ସଦସ୍ୟଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ସେମାନଙ୍କ ଘରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଗଣପତି ଚକ୍ରବର୍ତ୍ତୀ, ତାଙ୍କ ପତ୍ନୀ ପ୍ରୀତିଲତା, ଝିଅ ଅଗାମୀ ଏବଂ ୧୨ ବର୍ଷର ପୁଅ ପ୍ରିୟମ ଅଛନ୍ତି। ଏହି ଘଟଣା ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛି। ହିନ୍ଦୁ ପରିବାରକୁ କିଏ ଟାର୍ଗେଟ କରିଥିଲା ଏବଂ କିଏ ଆକ୍ରମଣ କରିଥିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର…

ଭୁବନେଶ୍ବର: ଓଡ଼ିଶା ବିଲିୟାର୍ଡ୍ସ ଓ ସ୍ନୁକର ସଂଘ (ବିଏସ୍ ଏଓ) ଆନୁକୂଲ୍ୟରେ ଭୁବନେଶ୍ବର କ୍ଲବ୍ ଠାରେ ଚତୁର୍ଥ ପ୍ରିୟବ୍ରତ ପଟ୍ଟନାୟକ ସ୍ମାରକୀ ଇଷ୍ଟ ଇଣ୍ଡିଆ ଓପନ୍ ୧୦ ରେଡ୍ ସ୍ନୁକର ପ୍ରତିଯୋଗିତା ରବିବାର ଉଦ୍ ଘାଟିତ ହୋଇଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ର ମ୍ୟାଚ୍ ସୋମବାରଠୁ ଆରମ୍ଭ ହେବ। ଏଥିରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ୧୪ ଜଣଙ୍କ ସହ ମୋଟ ୬୭ ଖେଳାଳି ଭାଗ ନେଇଛନ୍ତି। ବିଜେତା ଓ ଉପବିଜେତାଙ୍କ ଲାଗି ଟ୍ରଫି…

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବ୍ଲକ ପୁରା ଜଳମଗ୍ନ ହୋଇ ପଡିଛି। କେଉଁଠି ଆପ୍ରୋଚ୍ ରାସ୍ତା ବର୍ଷା ପାଣିରେ ଧୋଇ ହୋଇ ଯାଇଥିବା ସୂଚନା ମିଳିଛି ତ ଆଉ କେଉଁଠି କଲଭର୍ଟ ଭାସି ଯିବା ଖବର ଆସୁଛି। ରାସ୍ତା ଉପରେ ଆଣ୍ଠୁଏ ବର୍ଷା ପାଣି ବୋହୁଥିବା ଯୋଗୁଁ ଯାତାୟତ ସମସ୍ୟା ହେଉଥିବା ସୂଚନା ମିଳିଛି। ସେହିଭଳି କିଛି ଗ୍ରାମରେ ବର୍ଷା ପାଣି ଘର ଭିତରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। ଯାତାୟତ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି…

ନୂଆଦିଲ୍ଲୀ: ଭାରତୀୟ ଲେଗ୍ ସ୍ପିନର୍ କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ୍ ରୁ ଅବସର ନେଇଛନ୍ତି। ୩୮ ବର୍ଷୀୟ କର୍ଣ୍ଣ ଭାରତ ପକ୍ଷରୁ ଗୋଟିଏ ଟେଷ୍ଟ୍ , ୨ ଦିନିକିଆ ଓ ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଥିଲେ। ସଂପ୍ରତି ୟୁପିଟି୨୦ ଲିଗ୍ ରେ କାନପୁର ସୁପରଷ୍ଟାର୍ ରୁ ଖେଳୁଥିବା ଅବସରରେ ସେ ଏଭଳି ନିଷତ୍ତି ନେଇଛନ୍ତି। ସେ ନିଜର ଶେଷ ମ୍ୟାଚ୍ ମଙ୍ଗଳବାର ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ ରେ ମେରୁଟ୍ ମାଭରିକ୍ସ ବିପକ୍ଷରେ ଖେଳିବେ। ''ମୁଁ କେବଳ ଅବସର ଚାହୁଛି।…

ନୂଆଦିଲ୍ଲୀ: ଜୀବନରେ ସମସ୍ୟା କିମ୍ବା ଦୁଃଖ ଆସେ। କିନ୍ତୁ ମଣିଷ ମନରେ ବେଳେବେଳେ ପ୍ରଶ୍ନ ଉଠେ ମୁଁ ତ କିଛି ଖରାପ କାମ କରିନି ମୋତେ କାହିଁକି ଏତେ ଦୁଃଖ ମିଳୁଛି। ବିଶେଷକରି ଯେତେବେଳେ ଜଣେ ସଚ୍ଚୋଟ ଓ ଭଲ ମଣିଷ ଅନେକ କଷ୍ଟ ଦେଇ ଗତି କରନ୍ତି, ସେତେବେଳେ ପ୍ରଶ୍ନ ଆସେ-"ମୁଁ କାହାର ଖରାପ କରିନାହିଁ, ତା'ହେଲେ ମୋ ଜୀବନରେ ଏତେ କଷ୍ଟ କାହିଁକି?" ଭଗବାନ କାହିଁକି ଭଲ ଲୋକଙ୍କୁ ପରୀକ୍ଷା କରନ୍ତି, ଏହି ପ୍ରଶ୍ନର ଉତ୍ତର ଶ୍ରୀମଦ୍ ଭଗବଦ୍ ଗୀତାର ଏକ ଶ୍ଳୋକରେ ବୁଝାଯାଇଛି। ଭଗବାନ ଶ୍ରୀକୃଷ୍ଣ…

ଟୋକିଓ: ପୁଣିଥରେ ରବିବାର ସକାଳେ ଜାପାନ ରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ମାପ କରାଯାଇଛି। ରାଜଧାନୀ ଟୋକିଓ ସମେତ ପୂର୍ବ ଜାପାନର ଅନେକ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଭୂମିକମ୍ପରେ ୨୩ ଜଣ ଆହତ ହୋଇଛନ୍ତି। ଭୂମିକମ୍ପ ପରେ କୌଣସି ସୁନାମି ସତର୍କ ସୂଚନା ଜାରି ହୋଇନାହିଁ। ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଭୂମିକମ୍ପ ଦକ୍ଷିଣ ଇବାରାକି ପ୍ରଦେଶରେ ଘଟିଛି। ଏହାର କେନ୍ଦ୍ରସ୍ଥଳ ଭୂମି ତଳେ…

ଭୁବନେଶ୍ୱର: ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ, ପ୍ଲାଷ୍ଟିକ ସାମଗ୍ରୀ ବର୍ଜନକୁ ଆମକୁ ଆନ୍ଦୋଳନରେ ପରିଣତ କରିବାକୁ ପଡ଼ିବ। ଆଗାମୀ ପିଢ଼ି ପାଇଁ ଆମକୁ ଏକ ସୁସ୍ଥ ପରିବେଶ ଦେବାକୁ ହେଲେ, ଏବେଠାରୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି। ଆଜି ଏକାମ୍ର ମହାବିଦ୍ୟାଳୟ ପରିସରରେ 'ସମ୍ବାଦ' ପକ୍ଷରୁ ଆୟୋଜିତ 'ପରିବେଶ ପଞ୍ଚାୟତ' କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂହ ଯୋଗଦେଇ କହିଥିଲେ ଯେ, ଯୁବଶକ୍ତି ହିଁ ରାଷ୍ଟ୍ରଶକ୍ତି।…

ମଲାନା! ଯେଉଁଠି ପାହାଡ଼ କହେ ପବନର କାହାଣୀ। ବାସିନ୍ଦା ବଖାଣନ୍ତି ନିଜ ସମୃଦ୍ଧ ଇତିହାସର ଇତିବୃତ୍ତ। ଅତୀତର ରୋମାଞ୍ଚ, ବର୍ତ୍ତମାନର ବାସ୍ତବତା ଓ ଭବିଷ୍ୟତର ସ୍ବପ୍ନ ବି ତୋଳିଧରନ୍ତି ସେମାନେ କଥାକାହାଣୀରେ। ପୌରାଣିକ କାହାଣୀ ଓ କିଂବଦନ୍ତି ଏବଂ ହିମାଳୟର ସାଂସ୍କୃତିକ ବିଭବ ବିଜଡ଼ିତ ମଲାନା ସବୁବେଳେ ସମସ୍ତଙ୍କ ପାଇଁ ରହସ୍ୟମୟ ହୋଇ ରହିଆସିଛି। ପ୍ରତିବର୍ଷ ବହୁ ଶ୍ରମ ସ୍ବୀକାର କରି ଏଠାକୁ ଛୁଟି ଆସନ୍ତି ହଜାର ହଜାର ପର୍ଯ୍ୟଟକ। ସେତିକି ନୁହେଁ, ପ୍ରାଚୀନ ପରମ୍ପରାକୁ ବକ୍ଷରେ ସାଇତି…

ଝାରସୁଗୁଡ଼ା: ଗତ ୨୦୨୪ରେ ଓପିଜିସି ର ବନହରପାଲିସ୍ଥିତ ତାପଜ କେନ୍ଦ୍ରର ପାଉଁଶ ପୋଖରୀ (ଆସ୍ ପଣ୍ଡ) ଭୁଶୁଡ଼ିବା ଯୋଗୁଁ ହୀରାକୁଦ ଜଳଭଣ୍ଡାର ପ୍ରଦୂଷିତ ହୋଇଥିବା ନେଇ ୨ ବର୍ଷ ତଳୁ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଆସନ୍ତା ୨୫ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ (ଏଟିଆର୍) ଦାଖଲ କରିବାକୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ତଥା ମହାନଦୀ ଅପର୍ ବେସିନ୍ ପରିଚାଳକଙ୍କୁ ଜଳସଂପଦ ବିଭାଗ ନିର୍ଦ୍ଦେଶ ଦେଇଛି। ୨୦୨୪ ମସିହାରେ ଓପିଜିସିର ଆସ୍…

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। କୁଆଳୋ ପଞ୍ଚାୟତ ପରମହଂସପୁର ସୂର୍ଯ୍ୟ ଢାବା ସମ୍ମୁଖ ବୁଲାଣିରେ ବିଳମ୍ବିତ ରାତିରେ ଟ୍ରକ୍ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ପୁଲିସ ପକ୍ଷରୁ ତଦନ୍ତ ଜାରି ଖବର ପାଇ ପର୍ଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଉଦ୍ଧାର କରିଛି। ଦୁର୍ଘଟଣାର କାରଣ…

ଡା. ମଙ୍ଗେଶ ଦାଶ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଭବିଷ୍ୟତ ପାଇଁ ସେମାନଙ୍କ କଷ୍ଟ ଅର୍ଜିତ ଟଙ୍କା ଷ୍ଟକ୍ ବଜାର ରେ ବିନିଯୋଗ କରୁଛନ୍ତି। ଉପଯୁକ୍ତ ଜାଗାରେ ଏହି ଅର୍ଥ ନିବେଶ ପଛରେ ଅନେକ ଗବେଷଣା, ଆର୍ଥିକ ବିଶ୍ଳେଷଣ ଓ ବ୍ୟାବସାୟିକ ମୂଲ୍ୟାଙ୍କନ ରହିଥାଏ। ଏହି କ୍ଷେତ୍ରରେ ଇକ୍ବିଟି ରିସର୍ଚ ଆନାଲିଷ୍ଟ୍ ମାନେ ବିଭିନ୍ନ କମ୍ପାନିର ଅଧ୍ୟୟନ ସାଙ୍ଗକୁ ସେଗୁଡ଼ିକର ବିଶ୍ଳେଷଣ ଓ ଆର୍ଥିକ ଦକ୍ଷତାର ମୂଲ୍ୟାଙ୍କନ କରି ନିବେଶ ପାଇଁ ସୁପାରିସ କରିଥାନ୍ତି। ଆମ ଦେଶର ଅର୍ଥନୀତି ସମୃଦ୍ଧ ହେବା ସହ…

ରାଉରକେଲା: ଜଣେ ସରକାରୀ ପ୍ରଶାସକ ଭାବେ ସମଗ୍ର ରାଜ୍ୟ ରେ ସେବା ପ୍ରଦାନ କରିବା ନିୟମ ରହିଛି। କିନ୍ତୁ କୌଣସି କାରଣରୁ କିଛି ବରିଷ୍ଠ ଅଧିକାରୀଙ୍କ ରାଉରକେଲା ମୋହ ତୁଟୁନି। ଅଧିକାରୀଙ୍କ କ୍ଷେତ୍ରରେ ସ୍ମାର୍ଟସିଟି ରାଉରକେଲା ତଥା ଖଣିଜପଦାର୍ଥରେ ଭରପୁର୍ ସୁନ୍ଦରଗଡ଼ ଜିଲ୍ଲା ଆସିବାକୁ ଅହେତୁକ ଦୁର୍ବଳତା ପରିଲକ୍ଷିତ ହୁଏ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଓ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ। ଏହି ଦୁଇ ଅଧିକାରୀ ଜିଲ୍ଲାରେ ବିଭିନ୍ନ…

ସେମାନଙ୍କର ଦେଶ ଅଲଗା, ଭାଷା ଅଲଗା, ହେଲେ ହୃଦୟର ଭାଷା ସମାନ। ଖାଦ୍ୟ ଅଲଗା ହେଲେ ବି ଭଲପାଇବାର ସ୍ୱାଦ କିନ୍ତୁ ଏକ। ଆଉ ସଂସ୍କୃତି ଭିନ୍ନ ହେଲେ ବି ସାଥୀ ହୋଇ ଚାଲିବାର ସ୍ୱପ୍ନ ଗୋଟିଏ। ଇଏ ହେଉଛି ଶୁକଦେବ ଓ ତମାରା, ପାୟଲ୍ ଓ କାଇଲ୍ ଏବଂ ରାକେଶ୍ ଓ ଟେରାହୁଙ୍କ ଜୀବନର ମଞ୍ଜକଥା। ଓଡ଼ିଆ ପୁଅର ବିଦେଶୀ ବୋହୂ, ପୁଣି ଓଡ଼ିଆ ଝିଅର ପରଦେଶୀ ଜ୍ବାଇଁ! ମନ ମିଶିଲା ବୋଲି ବିବାହ କଲେ, ଭାବନା-ଭାଷା, ପୋଷାକପରିଚ୍ଛଦ ଓ ଚାଲିଚଳଣି ତ ସମୟାନୁସାରେ ସଜାଡ଼ି ନେଲେ, କିନ୍ତୁ ଖାଦ୍ୟପେୟ ଓ…

ଗଜପତି: ଶନିବାର ଭୋର ସକାଳଠାରୁ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଏବେ ବି ଜାରି ରହିଛି। ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ଅନବରତ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବଜାର ଓ ରାସ୍ତାଘାଟ ଖାଁ ଖାଁ ଲାଗୁଥିବା ବେଳେ ଲୋକଙ୍କ ଯାତାୟତ ମଧ୍ୟ କମିଛି। ଲଗାଣ ବର୍ଷାରେ ନିମ୍ନାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ସ୍ଥିତିକୁ ନେଇ ଚିନ୍ତା ବଢ଼ିଛି। ବର୍ଷାର ପ୍ରଭାବରେ କାଶୀନଗର ନିକଟ ଦେଇ ପ୍ରବାହିତ ବଂଶଧାରା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ବଂଶଧାରା ନଦୀର ଜଳସ୍ତର ୫୩.୬୯…

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଏକବର୍ଷିଆ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ସିଟ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ୪୬ଟି ଏକବର୍ଷିଆ ପିଜି ପ୍ରୋଗ୍ରାମରେ ମୋଟ ୫,୮୫୭ଟି ସିଟ୍ ଉପଲବ୍ଧ ରହିବ। ଏହି ନିଷ୍ପତ୍ତି ଚାରିବର୍ଷିଆ ସ୍ନାତକ ପାଠ୍ୟକ୍ରମ (ଏଫ୍ ୱାଇୟୁପି) ସମାପ୍ତ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ। ୪୬ଟି ବିଷୟରେ ମିଳିବ ଏକବର୍ଷିଆ ପିଜି ଡିୟୁରେ ୨୦୨୬-୨୭ ଶିକ୍ଷାବର୍ଷରେ ୪୬ଟି ବିଷୟରେ ଏକବର୍ଷିଆ ପିଜି ପ୍ରୋଗ୍ରାମ ଚାଲିବ।…

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତରଠାରେ ଶୁକ୍ରବାର 'ଆରକ୍ଷଣ ହଟାଅ ଆନ୍ଦୋଳନ' (ଆର୍ ଏଚ୍ ଏ) ଦେଖିବାକୁ ମିଳିଥିଲା। ଶନିବାର ଆର୍ ଏଚ୍ ଏ ପକ୍ଷରୁ 'ଏକ୍ସ'ରେ ପୋଷ୍ଟ କରି ଦାବି କରାଯାଇଛି ଯେ, ସରକାର ସଂରକ୍ଷଣ ବିରୋଧୀ ଆନ୍ଦୋଳନକାରୀଙ୍କ ଦାବି ଉପରେ ଆଲୋଚନା ପାଇଁ ରାଜି ହୋଇଛନ୍ତି। ହର୍ଷ ଭାଇ କହିଛନ୍ତି ଯେ, ଜଣେ କେନ୍ଦ୍ରମନ୍ତ୍ରୀ ନିଜେ ଆନ୍ଦୋଳନକାରୀଙ୍କ ସହ କଥା ହେବେ। ସରକାରଙ୍କ ସହିତ ଆଲୋଚନାରେ ସାମିଲ ହେବାକୁ ଥିବା ଲୋକଙ୍କ ନାମ ମଧ୍ୟ ପୋଷ୍ଟରେ ପ୍ରଦାନ କରାଯାଇଛି।…


ନୂଆଦିଲ୍ଲୀ: ଦେଶରେ ୧୮୦୦ କିମିର ଏଲ୍ ପିଜି ପାଇପଲାଇନ୍ ନିର୍ମାଣ ହେବ। ତେଲେଙ୍ଗାନା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ଗୋଆ ଭଳି ରାଜ୍ୟରେ ବିଛାଯିବାକୁ ଥିବା ଏହି ପାଇପଲାଇନ୍ ପ୍ରକଳ୍ପକୁ ତୈଳ କ୍ଷେତ୍ରର ନିୟାମକ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ (ପିଏନ୍ ଜିଆର୍ ବି) ମଞ୍ଜୁରି ଦେଇଛି। ଏହି ପ୍ରକଳ୍ପ ବାବଦରେ ପ୍ରାୟ ୭ ହଜାର କୋଟି ଟଙ୍କା ନିବେଶ ହେବ। ଏହି ପାଇପଲାଇନ୍ ନିର୍ମାଣ ଦ୍ବାରା ସଡ଼କ ପଥରେ ଏଲ୍ ପିଜି ପରିବହନର ନିର୍ଭରଶୀଳତା ହ୍ରାସ…

ଏଲ୍ ଆଇସି ଜୀବନ ଉମଙ୍ଗ ହେଉଛି ଭାରତୀୟ ଜୀବନ ବୀମା ନିଗମ (ଏଲ୍ ଆଇସି)ର ଏକ ସମ୍ପୂର୍ଣ୍ଣ ଜୀବନ ବୀମା ଯୋଜନା। ଦୀର୍ଘ ସମୟ ପାଇଁ ଜୀବନ ବୀମା ସହିତ ନିୟମିତ ଆୟର ବିକଳ୍ପ ଖୋଜୁଥିବା ଲୋକଙ୍କ ପାଇଁ ଏହି ଯୋଜନା ଉପଯୋଗୀ ହୋଇପାରେ। ଏହି ପଲିସିରେ ପଲିସିଧାରକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପ୍ରିମିୟମ୍ ଦେଇଥାନ୍ତି ଏବଂ ପରେ ନିୟମ ଅନୁସାରେ ବଞ୍ଚିବା ଲାଭ ପାଇପାରନ୍ତି। ଆହୁରି ପଢ଼ନ୍ତୁ- Ex-Air Force: ତେଜସ୍ ଏମ୍ କେ-୨ର କାର୍ଯ୍ୟକ୍ଷମତା ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ବାୟୁସେନା ଉପମୁଖ୍ୟ…

ନୂଆଦିଲ୍ଲୀ: ଦିଲ୍ଲୀ ରେ ଏକ ଘରୋଇ କଳହ ହତ୍ୟା ପରି ଦୁଃଖଦ ଘଟଣାର ରୂପ ନେଇଛି। ସ୍ତ୍ରୀ ସହିତ ଝଗଡ଼ା ପରେ ଜଣେ ୩୧ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟରଙ୍କୁ ତାଙ୍କ ଶ୍ବଶୁର ଘର ଲୋକ ପିଟିପିଟି ହତ୍ୟା କରିଛନ୍ତି। ଶନିବାର ସକାଳେ ଏହି ଘଟଣା ଘଟିଥିଲା। ମୃତ ସଫ୍ଟୱେର୍ ଇଞ୍ଜିନିୟର ବିନୟ ଗୁପ୍ତା ଓ ତାଙ୍କ ପତ୍ନୀ ରେଖାଙ୍କ ମଧ୍ୟରେ ପିଲାଙ୍କୁ ଔଷଧ ଦେବାକୁ ନେଇ ଯୁକ୍ତିତର୍କ ହୋଇଥିଲା। ରେଖା ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରି ବାହାରକୁ ଚାଲି ଯାଇଥିଲେ। ଦଶ ମିନିଟ ପରେ ସେ ନିଜର ଦୁଇ…

ଛିନ୍ଦୱାଡ଼ା: ମଧ୍ୟପ୍ରଦେଶ ର ଛିନ୍ଦୱାଡ଼ାର ଏକ ଜିଲ୍ଲା ହସ୍ପିଟାଲର ନିଓନାଟାଲ ଇଣ୍ଟେନସିଭ୍ କେୟାର୍ ୟୁନିଟ୍ (ଏନ୍ ଆଇସିୟୁ) ରେ ଏକ ୱାର୍ମର୍ ମେସିନ୍ ରୁ ଶନିବାର ସକାଳେ ନିଆଁ ଲାଗିଯିବାରୁ ଜଣେ ନବଜାତକ ଶିଶୁର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ପୋଡ଼ି ଯାଇଥିବା ଜଣାପଡିଛି। ରାତି ପ୍ରାୟ ୨ଟା ସମୟରେ ଛିନ୍ଦୱାଡା ଜିଲ୍ଲା ହସ୍ପିଟାଲରେ ୱାର୍ମର ମେସିନର ଫିଲାମେଣ୍ଟରୁ ସ୍ପାର୍କିଂ ଯୋଗୁଁ ନିଆଁ ଲାଗିଥିଲା। ହସ୍ପିଟାଲ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଅଗ୍ନି ନିର୍ବାପକ ଉପକରଣ…

ନୂଆଦିଲ୍ଲୀ: ସ୍ବଦେଶୀ ଲଢ଼ୁଆ ବିମାନ ପ୍ରକଳ୍ପ ' ତେଜସ୍ 'କୁ ନେଇ ପୂର୍ବତନ ବାୟୁସେନା ଉପମୁଖ୍ୟ ଏୟାର ମାର୍ଶଲ (ଅବସରପ୍ରାପ୍ତ) ନାଗେଶ କପୁର ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ଏୟାର ମାର୍ଶଲ (ଅବସରପ୍ରାପ୍ତ) ନାଗେଶ କପୁର ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଭାରତରେ ନିର୍ମିତ ତେଜସ୍ ଏମ୍ କେ-୨ ଜେଟ୍ ୨୦୩୦ ବେଳକୁ ଯେତେବେଳେ ସେନାରେ ବହୁ ସଂଖ୍ୟାରେ ସାମିଲ ହେବ ସେତେବେଳେ ଏହାକୁ କାର୍ଯ୍ୟକ୍ଷମ କରାଯିବା ପ୍ରାସଙ୍ଗିକ ନ ହୋଇପାରେ। ଅବସରର ଦୁଇ ମାସ ପରେ ଏକ ଟିଭି କାର୍ଯ୍ୟକ୍ରମରେ ଏୟାର…

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ ବ୍ୟାଙ୍କିଂ ପର୍ସନଲ୍ ସିଲେକ୍ସନ୍ (ଆଇବିପିଏସ) ୧୧,୪୦୩ କ୍ଲର୍କ ପଦବି ପାଇଁ ଆବେଦନ ର ଶେଷ ତାରିଖ ବୃଦ୍ଧି କରିଛି। ଯେଉଁ ପ୍ରାର୍ଥୀମାନେ ଆଇବିପିଏସ କ୍ଲର୍କ ପଦବି ପାଇଁ ଆବେଦନ କରିବାକୁ ଚାହାଁନ୍ତି କିନ୍ତୁ କୌଣସି କାରଣରୁ ଆବେଦନ କରିପାରି ନଥିଲେ, ସେମାନେ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସମସ୍ତ ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ସମାପ୍ତ କରିବାକୁ ପରାମର୍ଶ ଦିଆଯାଇଛି। ଏହି ନିଯୁକ୍ତି ଅଭିଯାନ…

ଜମନକିରା (ରାଜେନ୍ଦ୍ର କୁମାର ନାଏକ): ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ଝରୁଛି ପାଣି। ଛାତରୁ ପାଣି ଗଳି ଶ୍ରେଣୀଗୃହ ଭିତରେ ଜମିଯାଉଥିବାରୁ ପିଲାଙ୍କ ପାଠପଢ଼ା ଏକପ୍ରକାର ବିପଦସଙ୍କୁଳ ହୋଇପଡ଼ିଛି। ସ୍କୁଲର ଜରାଜୀର୍ଣ୍ଣ ଶ୍ରେଣୀଗୃହର ଛାତ ମରାମତି ସହ ଦୁଇଟି ନୂତନ ଶ୍ରେଣୀଗୃହ ନିର୍ମାଣ ଦାବିରେ ଶନିବାର ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ। ସମ୍ୱଲପୁର ଜିଲ୍ଳାର ଜମନକିରା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ସର୍ବେଜାଲ ଗାଁରେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।…

ଭୁବନେଶ୍ବର: ଗୋତି ଶ୍ରମ ପ୍ରଥା(ଉଚ୍ଛେଦ) ଅଧିନିୟମ ୧୯୭୬କୁ ୫୦ ବର୍ଷ ପୂରିଛି। ତା'ପରେ ବି ଓଡ଼ିଶାରେ ଗୋତି ଶ୍ରମିକ ପ୍ରଥା ବନ୍ଦ ହୋଇ ନାହିଁ। ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର ପରି ଜିଲ୍ଲାରୁ ହଜାର ହଜାର ଲୋକ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଉଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ୨୦୨୪ ତୁଳନାରେ ୨୦୨୫ରେ ୨୨ହଜାର ଅଧିକ ଶ୍ରମିକ ବାହାର ରାଜ୍ୟକୁ ଯାଇଥିଲେ। ୨୦୨୧ରୁ ୨୦୨୫ ମଧ୍ୟରେ ୫୧୮ ଜଣ ଗୋତି ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଶିଳ୍ପାୟନ ଦ୍ରୁତଗତିରେ ଆଗକୁ ବଢ଼ୁଛି। ନିବେଶକମାନଙ୍କ ପସନ୍ଦ ପାଲଟିଥିବା ଓଡ଼ିଶାରେ ସ୍ନାକ୍ସ ଜଗତର ଅଗ୍ରଣୀ ସଂସ୍ଥା ହଲ୍ ଦୀରାମ ସ୍ନାକ୍ସ ଫୁଡ୍ ଲିମିଟେଡ୍ ଏକ କାରଖାନା କରିବାକୁ ଯାଉଛି। କମ୍ପାନି ଖୋରଧା କିମ୍ବା କଟକରେ ୫୦୦ କୋଟି ଟଙ୍କା ନିବେଶରେ ଏକ କାରଖାନା କରିବ। ଏହି ପ୍ରକଳ୍ପ ସମେତ ୨୭୮୦ କୋଟି ଟଙ୍କା ନିବେଶରେ ସ୍ଥାପନ ହେବାକୁ ଥିବା ୧୪ଟି ଶିଳ୍ପ ପ୍ରକଳ୍ପକୁ ଆଜି ୧୪୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ…

ଭୁବନେଶ୍ବର: ରାଜ୍ୟ ସରକାର ଆଜି ୬ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି। ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଓ ଏସ୍ ଟିଏଫ୍ ର ଆଇଜି, ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କୁ ଗୁଇନ୍ଦା ଆଇଜି ଭାବେ ନିଯୁକ୍ତି ମିଳିଛି। Women entrepreneurs Odisha: ମହିଳା ଉଦ୍ୟୋଗୀଙ୍କ ପାଇଁ 'ଉଦ୍ୟମୀ ଶକ୍ତି' ଗୁଇନ୍ଦା ଆଇଜି ଥିବା ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି, ସେଠାରେ ଥିବା ଆଇଜି ନୀତିଶେଖରଙ୍କୁ ପୁଲିସ ମୁଖ୍ୟାଳୟକୁ…

ଭଦ୍ରକ: ଭଦ୍ରକ ବ୍ଲକ୍ ଅର୍ଣ୍ଣପାଳ ପଞ୍ଚାୟତ ଅଧୀନ ରାଜମୁକୁନ୍ଦପୁର ନିକଟ ନାଳିଆ ନଦୀ ଉପରେ ନୂଆ ସେତୁ ବନ୍ୟାଜଳ ନିଷ୍କାସନରେ ବାଧକ ସାଜିଛି। ସାଳନ୍ଦୀ ନଦୀରେ ଜଳସ୍ତର ବଢ଼ିବା ସହ ଏହାର ଶାଖାନଦୀ ନାଳିଆରେ ବନ୍ୟା ଆସି ପୁରୁଣା ସେତୁ ବୁଡ଼ିଯାଇଥିଲା। ନୂଆ ସେତୁର ଅଧାଗଢ଼ା କାମ ଜଳ ନିଷ୍କାସନକୁ ବାଧା ଦେଉଛି। ଫଳରେ ଭଦ୍ରକ ଓ ତିହିଡ଼ି ବ୍ଲକ୍ ର ୫ ପଞ୍ଚାୟତର ୨୫ ଗାଁ ବନ୍ୟାରେ ଉବୁଟୁବୁ ହେଉଛି। ବିଶେଷକରି ସେତୁ ନିକଟ ଗାଁ ରାଜମୁକୁନ୍ଦପୁର ସମେତ ଆଖପାଖ ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର…

ସୁନ୍ଦରଗଡ଼ (ଡମ୍ବରୁଧର ନାୟକ) : ନେଦର୍ ଲାଣ୍ଡସ୍ ର ଆମ୍ ଷ୍ଟେଲ୍ ଭିନ୍ ସ୍ଥ ୱଗେନର ଷ୍ଟାଡିୟମରେ ଖେଳା ଯାଉଥିବା ହକି ବିଶ୍ବକପ୍ ରେ ଭାରତୀୟ ଦଳରେ ଏକ ମାତ୍ର ଓଡ଼ିଆ ଝିଅ ଭାବେ ଚମକୁଛନ୍ତି ସୁନ୍ଦରଗଡ଼ର ସୁନେଲିତା ଟପ୍ପୋ। ଗତ ୧୮ ତାରିଖରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପ୍ରଥମ କ୍ବାର୍ଟରର ୧୧ ମିନିଟରେ ଗୋଲ୍ ଦେଇ ଭାରତକୁ ଆଗକୁ ନେଇ ବଡ଼ ବିଜୟ ଦେଇଥିବା ୧୯ ବର୍ଷିୟା ସୁନେଲିତାଙ୍କ ଦ୍ରୁତ ଗତି ଓ ନିର୍ଭୀକ ଆକ୍ରମଣାତ୍ମକ ଶୈଳୀକୁ ଦେଖିଲେ, ସେ ଯେ ଦିନେ ଗାଁର ଧୂଳିଧୂସର ପଡ଼ିଆରେ…

ଭୁବ ନେଶ୍ବର: ଅଗଷ୍ଟ ୨୪ ଓ ୨୫ ବେଳକୁ ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗ୍ଲୋବାଲ୍ ମଡେଲ୍ ଅନୁସାରେ ଏହି ସିଷ୍ଟମ୍ ଟି ୨୬ରୁ ୨୭ ତାରିଖ ମଧ୍ୟରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ଚିହ୍ନିତ ଲଘୁଚାପ ଓ ଅବପାତରେ ପରିଣତ ହେବାର ସମ୍ଭାବନା ବହୁତ କମ୍ ରହିଛି। ସିଷ୍ଟମ୍ ଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର କେନ୍ଦ୍ରୀୟ ଓଡ଼ିଶା ଦେଇ ଛତିଶଗଡ଼ ଆଡ଼କୁ…

ଜନ୍ତରମନ୍ତରରେ ପ୍ରଶ୍ନପତ୍ର ପ୍ରଘଟ ନେଇ କ୍ରମାଗତ ଛାତ୍ର ଆନ୍ଦୋଳନ ଓ ଶେଷରେ ଦେଶର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୈତିକ ଇସ୍ତଫା ପରେ ଏବେ ସୁପ୍ରିମ୍ କୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜ୍ବଳ ଭୂୟଁାଙ୍କ ଏକ ମନ୍ତବ୍ୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଚି। କଲେଜିୟମ ଦ୍ବାରା ବିଚାରପତି ଚୟନର ଅସ୍ବଚ୍ଛ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଜଷ୍ଟିସ ଭୂୟଁା କହିଛନ୍ତି ଯେ ଏହି ପ୍ରକ୍ରିୟାରେ ଏଭଳି ଲୋକ ନ୍ୟାୟ ବ୍ୟବସ୍ଥାକୁ ପ୍ରବେଶ କରୁଛନ୍ତି ଯେଉଁମାେନ ଜନସମୁଦାୟକୁ 'ପିମ୍ପୁଡ଼ି'…

କେନ୍ଦୁଝର (ସୁବ୍ରତ ସ୍ୱାଇଁ) : ଯେଉଁ ଅଞ୍ଚଳରେ ଦିନେ ମିତ୍ତଲ କମ୍ପାନିର ଷ୍ଟିଲପ୍ଲାଣ୍ଟ ପ୍ରସ୍ତାବକୁ ଦୃଢ଼ ବିରୋଧ କରାଯାଇଥିଲା, ଗୋଟିଏ ଗ୍ରାମସଭା ମଧ୍ୟ ଆୟୋଜନ କରିବା ସରକାରଙ୍କ ପକ୍ଷରେ ସମ୍ଭବ ହୋଇନଥିଲା, ସେହି ଅଞ୍ଚଳରେ ଏବେ ଏକ ବୃହତ୍ ଇସ୍ପାତ କାରଖାନା ପାଇଁ ସହମତିର ମୋହର ଲାଗିଛି। କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ପ୍ରସ୍ତାବିତ ମେଗା ଇସ୍ପାତ କାରଖାନା ପାଇଁ ୧୨ଟି ରାଜସ୍ୱ ଗ୍ରାମରେ ଗ୍ରାମସଭା ସଫଳତାର ସହ ଶେଷ ହୋଇଛି। ଶିଳ୍ପ ପ୍ରତିଷ୍ଠା ଦିଗରେ ଏକ ବଡ଼ ସଙ୍କଟ ଦୂର…

ଶେଷ ହୋଇ ନ ଥିଲା ଶ୍ରାବଣ, ଥମି ବି ନଥିଲା ପୂବେଇ ପବନ। ସଙ୍ଗୀତ ନାମକ ସାଗରରେ ନିଜ ଡଙ୍ଗା ସଜିଲ୍ କରି, ସରଗମ ଲହରେଇ ଲହରେଇ ଆମକୁ କିମିଆଁ କରିଥିବା ସେହି ମାଝୀ କିନ୍ତୁ ଫେରାର୍। ସେହି କାତ ଅଛି, ହେଲେ ମାଝୀ କେଉଁ ଅକାତ କାତ ଦରିଆକୁ ଆଦରି ନେଇଛନ୍ତି, ଯେଉଁଠାରୁ କେହି ଫେରନ୍ତିନି। ଏବେ କେବଳ ଅଶ୍ରୁଝରାର ବେଳ। ସେହି ମାଝୀ ପ୍ରଣବ କିଶୋର ପଟ୍ଟନାୟକ। ଓଡ଼ିଆ ସଙ୍ଗୀତର ପ୍ରଣବ ସ୍ବର। ଯେଉଁ ସ୍ବର ଦଶନ୍ଧି ଦଶନ୍ଧି ଧରି ଓଡ଼ିଆଙ୍କୁ ବାନ୍ଧି ରଖିଥିଲା କିମିଆଁରେ, ଯେଉଁ ସ୍ବରରେ ଜୀବନ…

ଭୁବନେଶ୍ବର: ଭୁବନେଶ୍ବର, କଟକ ସମେତ ବ୍ରହ୍ମପୁର ଓ ସମ୍ବଲପୁର ଭଳି ମହାନଗର ଅଞ୍ଚଳରେ ପନିର ବିକ୍ରି ଉପରେ ଏବେ ଜୋର୍ ଦାର ଚଢ଼ଉ ଚାଲିଛି। ପ୍ରତିଦିନ ଶହ ଶହ କେଜି ଅପମିଶ୍ରିତ ପନିର ନଷ୍ଟ କରାଯାଉଛି। ଦୋକାନୀଙ୍କଠାରୁ ଜରିମାନା ଓ ନମୁନା ସଂଗ୍ରହ ହେଉଛି। ଖାଦ୍ୟ ସୁରକ୍ଷା ଅଧିକାରୀ ରାପିଡ୍ ଟେଷ୍ଟିଂ କିଟ୍ ରେ କେଉଁଟି ଅସଲି କିମ୍ବା ଅପମିଶ୍ରିତ ତାହାକୁ ଚିହ୍ନଟ କରୁଛନ୍ତି। ହେଲେ ସାଧାରଣ ଲୋକଟିଏ ଏହାକୁ କେମିତି ଚିହ୍ନିବେ? ଲୋକଙ୍କୁ ସଚେତନ କରିବା ଲାଗି ସରକାର ବର୍ତ୍ତମାନ ସୁଦ୍ଧା…

ଚଣ୍ଡିଗଡ଼: ଜୁନେଜା ଭେଞ୍ଚର୍ସ ଏଲ୍ ଏଲ୍ ପିର ପ୍ରତିଷ୍ଠାତା ଦିବମ ଜୁନେଜା ବେଙ୍ଗାଲୁରୁର ପୁଷ୍ଟିସାଧନ ବ୍ରାଣ୍ଡ ସପ୍ଲାଏ୬ ରେ ୧ କୋଟି ଟଙ୍କା ନିବେଶ କରିଛନ୍ତି। ଏହି ସଂସ୍ଥା ୪୮ କୋଟି ଟଙ୍କାର ସିରିଜ୍ ଏ ଫଣ୍ଡିଂ ସମ୍ପୂର୍ଣ୍ଣ କରିଛି। ସେ ହେଉଛନ୍ତି କେଶ କିଙ୍ଗ, ଡକ୍ଟର ଅର୍ଥୋ, ରୁପ ମନ୍ତ୍ରା ଓ ପେଟ ସଫା ଭଳି ସଫଳ ବ୍ରାଣ୍ଡ୍ ର ଜନକ ସଞ୍ଜୀବ ଜୁନେଜାଙ୍କ ପୁଅ। ଜୁନେଜା ଭେଞ୍ଚର୍ସ ଏଲ୍ ଏଲ୍ ପି ଜରିଆରେ ଦିବମ ସମ୍ଭାବନାପୂର୍ଣ୍ଣ ବ୍ୟବସାୟ ଚିହ୍ନଟ କରିବା ଉପରେ ଗୁରୁତ୍ବାରୋପ…

ଭୁବନେଶ୍ବର: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ମେଗା ରିଟେଲ୍ କ୍ରେଡିଟ୍ ଆଉଟ୍ ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏମ୍ ଭି ମୂରଲୀ କ୍ରିଷ୍ଣା, ଉତ୍କଳ ବିଲ୍ ଡର୍ସର ନିର୍ଦ୍ଦେଶକ ଅମିତ ବୈଦ, ଜ୍ୟୋତି ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ଦେବଜ୍ୟୋତି ପଟ୍ଟନାୟକ, ଭୁବନେଶ୍ବର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ରାଜେଶ କୁମାର ସିଂହ ଓ ମୁଖ୍ୟ ପ୍ରବନ୍ଧକ ପ୍ରିୟମ୍ବଦା…

ଭୁବନେଶ୍ବର: ଟ୍ରାଇଡେଣ୍ଟ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସରେ ଏଆଇ ଚାଳିତ ବ୍ୟବସାୟ ପରିବର୍ତ୍ତନ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିଡବ୍ଲ୍ୟୁସି କନ୍ ସଲଟିଂ, ଗୁରଗାଓଁର ପାର୍ଟନର ଅମିତ କୁମାର ଗିରି ଅତିଥି ଭାବେ ଯୋଗଦେଇ ଡିଜିଟାଲ ରୂପାନ୍ତରଣ ଓ ଉତ୍ପାଦନ ଶିଳ୍ପରେ ଏହାର ଉଲ୍ଲେଖନୀୟ ଭୂମିକା ଉପରେ ମତ ଦେଇଥିଲେ। ସେ ନିଜର ବୃତ୍ତିଗତ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଛାତ୍ରଛାତ୍ରୀଙ୍କୁ ବିଜନେସ୍ ରଣନୀତି ଉପରେ ମାର୍ଗଦର୍ଶନ କରିଥିଲେ। ସ୍ମାର୍ଟ…

ବାରଣାସୀ/ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତୀକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବାରାଣାସୀସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ଆଞ୍ଚଳିକ କେନ୍ଦ୍ର (ଆଇଏସଏଆରସି) ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଆଇଏସଏଆରସିର ଗବେଷଣା, ନବସୃଜନ ଏବଂ ବୈଷୟିକ ଜ୍ଞାନକୌଶଳ ଯାହା ସ୍ଥାୟୀ ଓ ସହନଶୀଳ ଧାନ ଆଧାରିତ କୃଷି-ଖାଦ୍ୟ ପ୍ରଣାଳୀକୁ ସାହାଯ୍ୟ କରେ, ତାହା ଅନୁଧ୍ୟାନ କରିଥିଲେ। ସେ ସ୍ପିଡ୍ ବ୍ରିଡିଂ, ଭେରାଇଟାଲ୍ କାଫେଟେରିଆ, ଯାନ୍ତ୍ରିକୀକରଣ…

ମୁମ୍ବାଇ: ବଲିଉଡର 'ବେବୋ' କରିନା କପୁର ଖାନ୍ ବର୍ତ୍ତମାନ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଗଣମାଧ୍ୟମରେ ତୃତୀୟ ଗର୍ଭଧାରଣ ସମ୍ପର୍କିତ ଗୁଜବ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ କରିନାଙ୍କ ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ସେ ଗର୍ଭବତୀ ଥିବା ଅନୁମାନ କରାଯାଉଛି। ଏହାକୁ ନେଇ ଅନେକ ପ୍ରକାର ଗୁଜବ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଅଭିନେତ୍ରୀଙ୍କ ସୂତ୍ରରୁ ଏହି ରିପୋର୍ଟକୁ ଖଣ୍ଡନ କରାଯାଇଛି। View this post on Instagram କରିନା…

ନୂଆଦିଲ୍ଲୀ: ହଳଦୀରେ ଥିବା କରକ୍ୟୁମିନ୍ ଦାହ (ଜଳାପୋଡ଼ା/ଫୁଲା) ଏବଂ ବ୍ୟାକ୍ଟେରିଆ ବିରୋଧରେ ଲଢ଼ିବାରେ ସାହାଯ୍ୟ କରିଥାଏ, କିନ୍ତୁ ଗଭୀର କ୍ଷତ ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଆହୁରି ପଢ଼ନ୍ତୁ: 'ବନ୍ଦେ ମାତରମ୍ ' ବିବାଦରୁ ନଜର ହଟେଇବାକୁ ରାହୁଲ ଧାରଣା ଦେଇଛନ୍ତି: ନଡ୍ଡା ଭାରତୀୟ ଘରଗୁଡ଼ିକରେ ଯେତେବେଳେ ବି କିଛି ଆଘାତ ଲାଗେ କିମ୍ବା କଟିଯାଏ, ସବୁଠାରୁ ପ୍ରଥମେ ହଳଦୀ ଲଗାଇବାକୁ ପରାମର୍ଶ ଦିଆଯାଏ। ଏହି ଘରୋଇ ଉପଚାର ବର୍ଷ ବର୍ଷ ଧରି ଚାଲିଆସୁଛି ଏବଂ ପ୍ରାୟ ପ୍ରତ୍ୟେକ ଘରେ…

ଭୁବନେଶ୍ୱର: ଏକ ଭାଷା ସେତେବେଳେ ପ୍ରାଣବନ୍ତ ରହିଥାଏ, ଯେତେବେଳେ ଏହା ସମୟ ସହିତ ବିକଶିତ ହୁଏ ଏବଂ ଯୁବ ପିଢ଼ିର ଆକାଂକ୍ଷା ସହିତ ଯୋଡ଼ି ହୁଏ I ଏ ଦିଗରେ ହିନ୍ଦୀକୁ ଆଧୁନିକ ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ଭାଷା କରିବାର ଆବଶ୍ୟକତା ଉପରେ ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଗୁରୁତ୍ୱାରୋପ କରିଛନ୍ତିI ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ CSIR-Institute of Minerals and Materials Technology (CSIR-IMMT) ଠାରେ ପ୍ରଥମ ଅନ୍ତର୍ଜାତୀୟ ସରକାରୀ ଭାଷା ବାର୍ଷିକ…

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ସଂସଦ ମାର୍ଗ ପୁଲିସ ଷ୍ଟେସନ ବାହାରେ ଧାରଣା ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ନେତାଙ୍କ ମିଡିଆର ଧ୍ୟାନ ଆକର୍ଷଣ କରିବାକୁ ଧାରଣା ଦେଇଛନ୍ତି ବୋଲି ନଡ୍ଡା କହିଛନ୍ତି। ନଡ୍ଡା କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଧାରଣା ପ୍ରତିବାଦ 'ବନ୍ଦେ ମାତରମ୍' କୁ ଅସମ୍ମାନ କରିବା ପାଇଁ କଂଗ୍ରେସ ଯେଉଁ ସମାଲୋଚନାର ସମ୍ମୁଖୀନ ହେଉଛି ସେଥିରୁ ଧ୍ୟାନ ହଟାଇବା ପାଇଁ ପ୍ରୟାସ।…

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ସୂଚନା ପ୍ରଯୁକ୍ତି କମ୍ପାନି ଟାଟା କନ୍ ସଲ୍ ଟାନ୍ସି ସର୍ଭିସେସ୍ (ଟିସିଏସ୍ ) ବିରୋଧରେ କର୍ମଚାରୀଙ୍କ ଉପରେ ନଜର ରଖିବା ଅଭିଯୋଗ ହୋଇଛି। ଏହା କର୍ମଚାରୀଙ୍କ ଲାପ୍ ଟପ୍ ଓ ୱାର୍କଷ୍ଟେସନରେ ମନିଟରିଂ ଟୁଲ୍ ଲଗାଇଛି। ଏହି ମାମଲାରେ ସଫେଇ ଦେଇ ଟିସିଏସ୍ କହିିଛି ଯେ ବ୍ୟବହାର କରାଯାଇଥିବା ଟୁଲ୍ କର୍ମଚାରୀଙ୍କ କୌଣସି ବ୍ୟକ୍ତିଗତ ଗତିବିଧି ଉପରେ ନଜର ରଖୁନାହିଁ। ଏହା ହେଉଛି ଏକ ସିଷ୍ଟମ୍ ସ୍ତରର ଟୁଲ୍ ଯାହା ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥା କିଭଳି ଚାଲୁଛି,…

ଭୁବନେଶ୍ୱର: ଆସନ୍ତା ୨୮ ଅଗଷ୍ଟ ୨୦୨୬, ରାଖୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲ୍ଲାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରାଯିବ। ୫ମ କିସ୍ତି ପ୍ରଦାନ ପାଇଁ ମୋଟ ୧,୦୩,୨୬,୧୬୨ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି। ରାଖୀ ପୂର୍ଣ୍ଣିମା ଅବସରରେ ଏହି ହିତାଧିକାରୀମାନଙ୍କୁ ୫ମ କିସ୍ତି ବାବଦରେ ୫,୧୬୦ କୋଟିରୁ ଅଧିକ ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। Subhadra Scheme: ସୁଭଦ୍ରା ଯୋଜନାକୁ ବିରୋଧ କରି ଜନସ୍ବାର୍ଥ ମାମଲା,…