News source
Sakala Khabar
Odisha news
Subscribe:.rss.atom.json.md
Live Last read · last published · next check
Latest articles

ଭୁବନେଶ୍ୱର , ୨୮ ଅଗଷ୍ଟ ୨୦୨୬ : ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ଟିଏ ନିଜ ଭଉଣୀକୁ କିଛି ଉପହାର ଦେଇଥାଏ। ଓଡ଼ିଶାର ଶାସନ ମୁଖ୍ୟ ଭାବେ ରକ୍ଷା ବନ୍ଧନରେ ସୁଭଦ୍ରା ସହାୟତା ପ୍ରଦାନ କରି ମତେ ଏକ ଭାଇର କର୍ତ୍ତବ୍ୟ ସମ୍ପାଦନ କରିବା ଭଳି ଅନୁଭବ ହେଉଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ କହିଛନ୍ତି । ସୂଚନାଯୋଗ୍ୟ ଯେ ଆଜି […]

ଭୁବନେଶ୍ୱର, ଅଗଷ୍ଟ ୨୮, ୨୦୨୬: ଆଗାମୀ ଗଣେଶ ପୂଜା ଏବଂ ବିଶ୍ୱକର୍ମା ପୂଜା ଅବସରରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଅନୁଗୁଳ–ପୁରୀ–ଅନୁଗୁଳ ମେମୁ ଟ୍ରେନ୍ର ଜାନକାଦେଇପୁର ପିଏଚ୍ ଠାରେ ୨୮ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସାମୟିକ ରହଣି ବ୍ୟବସ୍ଥା କରାଯାଇଛି। ଏହି ଅନୁଯାୟୀ, ଟ୍ରେନ୍ ନମ୍ବର ୬୮୪୨୧ ଅନୁଗୁଳ–ପୁରୀ ମେମୁ ଏବଂ ଟ୍ରେନ୍ ନମ୍ବର ୬୮୪୨୨ ପୁରୀ–ଅନୁଗୁଳ ମେମୁ ଉକ୍ତ ଅବଧି ମଧ୍ୟରେ ଜାନକାଦେଇପୁର ପିଏଚ୍ରେ ସାମୟିକ ଭାବେ ରହଣି କରିବ, ଯାହା ଫଳରେ ଏହି […]

ବାଲିଗୁଡା, ତା,୨୮/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ବୁଡ଼ାଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କନ୍ଧମାଳ ପୋଲିସ ପ୍ରଶାସନ ତରଫରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ପାଳିତ ହୋଇଯାଇଛି । ଏହି କାର୍ଯକ୍ରମରେ ବାଲିଗୁଡ଼ା ଉପଖଣ୍ଡ ସ୍ଥିତ ଥାନାରୁ ଅତିରିକ୍ତ ଉପ ନିରୀକ୍ଷକ ଯୁଗଳ କିଶୋର ନାୟକ, ଉଦ୍ଧବ କୁମାର ଜାନୀ, ଉମାଶଙ୍କର ନିହାଲି ଙ୍କ ସହ କନଷ୍ଟେବଳ ବୁଲୁ ସାହାଣୀ ଏବଂ ମନୋଜ କୁମାର ମଲ୍ଲିକ ପ୍ରଭୃତି ଯୋଗଦାନ କରିଥିଲେ । ବିଦ୍ୟାଳୟର […]

ବାଲିଗୁଡା, ତା, ୨୮/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ଗୁଗୁରୁମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିମିଣ୍ଡାମାହା ରେ ଲଗାଣ ବର୍ଷା ଯୋଗୁଁ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିଛି। ଫଳରେ ବିଦ୍ୟାଳୟରେ ପାଠପଢ଼ା ଅସୁବିଧା ହେବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ବାରଣ୍ଡାର ଛାତ ଭୁଶୁଡ଼ି ପଡ଼ିବା ପରେ ବିଦ୍ୟାଳୟ ରେ ଆବଶ୍ୟକ ସ୍ଥାନ ଅଭାବରୁ ଛାତ୍ରଛାତ୍ରୀ ମାନେ ବାରଣ୍ଡା ରେ ବସି ପାଠ…

କଥାରେ ଅଛି ଛୋଟ ପିଲାଙ୍କ ହୃଦୟ ଫୁଲ ଭଳି କୋମଳ ହୋଇଥାଏ l ତେଣୁ ତାଙ୍କ କୋମଳ ହୃଦୟ କୁ ଖୁବ ଶୀଘ୍ର ଆଘାତ ଲାଗିଥାଏ l ବେଳେବେଳେ ଏହି ଆଘାତ ଏତେ ଗଭୀର କ୍ଷତ ଦେଇଥାଏ ଯେ ଯାହାକି ମାନସିକ ପୀଡା ଆଡକୁ ଟାଣି ନେଇଥାଏ l ବଡ଼ ହେବା ପରେ ମଧ୍ୟ ଏହା ସେମାନଙ୍କୁ ମାନସିକ ସ୍ତରରେ ଭାରାକ୍ରାନ୍ତ କରିଥାଏ l ଏଥିପାଇଁ ଅନେକ ସମୟରେ ପିଲା ମାନଙ୍କର ପାରିପାର୍ଶ୍ଵିକ ପରିସ୍ଥିତି ଓ ପିତାମାତା […]

ସେପ୍ଟେମ୍ବର ୧୪ ତାରିଖ ଦିନ ଶ୍ରୀଗଜାନନ ଙ୍କ ର ଗଣେଶ ଉତ୍ସବ ଅନୁଷ୍ଠିତ ହେବ l ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ରେ ଶ୍ରୀଗଣେଶ ଙ୍କ ଜନ୍ମ ଉତ୍ସବ ଅନୁଷ୍ଠିତ ହେବ l କିନ୍ତୁ ପୁରାଣ ଅନୁସାରେ ଶ୍ରୀଗଣେଶ ଅନେକ ଜନ୍ମ ନେଇଥିଲେ l ଆସନ୍ତୁ ଜାଣିବା ଶ୍ରୀଗଣେଶ ଙ୍କ ଅବତାର ବିଷୟରେ l * ମାନ୍ୟତା ଅନୁସାରେ ଅଷ୍ଟ ବିନାୟକ ଙ୍କ ର ମଧ୍ୟ ପ୍ରସିଦ୍ଧି ରହିଛି l ଶ୍ରୀଗଣେଶ ଙ୍କ ପ୍ରଥମ […]

ଜୁଏଲାରୀ ବ୍ରାଣ୍ଡ ଜିଭା ବଲିଉଡ ଅଭିନେତ୍ରୀ କୃତି ସେନନ ଙ୍କ ରକ୍ଷାବନ୍ଧନ ବିଜ୍ଞାପନ କୁ ଏହା ମଧ୍ୟରେ ହଟାଇ ଦିଆଯାଇଛି, ଉକ୍ତ ବିଜ୍ଞାପନ ରେ କୃତି ଙ୍କ ପୋଷାକ କୁ ନେଇ ସୋସିଆଲ ମିଡିଆରେ ଉତେଜନା ବଢି ଯାଇଥିଲା, ୟୁଜର୍ସ ତାଙ୍କ ପୋଷାକ କୁ ନେଇ ଟ୍ରୋଲ କରିଥିଲେ, ଜିଭା ପକ୍ଷରୁ ୨୬ ଅଗଷ୍ଟ ରେ ଏହାକୁ ନେଇ ଗୋଟିଏ ବୟାନ ଜାରି କରାଯାଇଛି, ଏହି ବୟାନ ରେ ସେ କୃତି ଙ୍କ ପୋଷାକ ବିଷୟରେ କୌଣସି […]

ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷା ଓ ସଂଘର୍ଷ ପରେ ଗୋଳାବନ୍ଧର ନୋଳିଆ ବିସ୍ଥାପିତ ପରିବାରଙ୍କୁ ମିଳିଛି ବଡ଼ ଆଶ୍ୱାସନା। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୋଳାବନ୍ଧର ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (R&R) ପ୍ୟାକେଜ୍ ଘୋଷଣା କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି। ଏହାସହିତ ଛେଳିଗଡ଼ ମଧ୍ୟମ […]

ବୁଧବାର ଦିନ ସକାଳୁ ନେପାଳରେ ଆସିଥିବା ବନ୍ୟା ଦ୍ୱାରା ରସୁବା , ନୁବାକୋଟ ଏବଂ ନିକଟର ଅନେକ ଅଞ୍ଚଳ ରେ ଜଳମଗ୍ନ ହୋଇଯାଇଛି, ଉଚ୍ଚ ଉଚ୍ଚ ପ୍ରାସାଦ ବିଶିଷ୍ଟ ଘର, ବଡ଼ ବଡ଼ ବସ ଓ ଟ୍ରକ ଏବଂ ବିଭିନ୍ନ ଚାରିଚକିଆ ଯାନ ଏହି ବନ୍ୟା ପାଣିରେ ନିଶ୍ଚିହ୍ନ ହୋଇଯାଇଛି, ଯେଉଁ ଜାଗାରେ ବସୁଥିଲା ନିତିଦିନିଆ ଡେଲି ମାର୍କେଟ ବର୍ତମାନ ସେହି ସ୍ଥାନରେ ଖାଲି ରହିଛି କୁଢ଼ କୁଢ଼ ପଙ୍କ ଓ ଅଳିଆ ଆବର୍ଜନା l ସତେ […]

– ଭାରତରେ ପ୍ରତି ଗ୍ରାହକ ମାସିକ ହାରାହାରି ଡାଟା ବ୍ୟବହାର ୦.୨ ଜିବିରୁ କମ୍ ରୁ ୨୬.୭ ଜିବିକୁ ବୃଦ୍ଧି ପାଇଛି – ଜିଓ ନେଟୱାର୍କରେ ପ୍ରତି ଗ୍ରାହକ ଏବେ ପ୍ରତି ମାସରେ ହାରାହାରି ୪୩.୭ ଜିବି ଡାଟା ବ୍ୟବହାର କରୁଛନ୍ତି – ୧୦ ବର୍ଷ ମଧ୍ୟରେ ଇଣ୍ଟରନେଟ୍ ସ୍ପିଡ୍ ୨୭ ଗୁଣ ବୃଦ୍ଧି ପାଇଛି, ଡାଟା ୨୯ ଗୁଣ ଶସ୍ତା ହୋଇଛି ଏବଂ ଡାଟା ବ୍ୟବହାର ୧୨୮ ଗୁଣରୁ ଅଧିକ ବୃଦ୍ଧି ପାଇଛି ଗୋଟିଏ ସମୟ […]

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶାଳବଣ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ସଂଘ ପରିସରରେ କବି ସମାରୋହ ଓ ଆଲୋଚନା ଚକ୍ର ଏବଂ ସ୍ଵଭାଵ କବି ସ୍ବର୍ଗତ ଗଙ୍ଗାଧର ମେହେର ଙ୍କ ୧୬୫ ତମ ଜୟନ୍ତୀ ଉତ୍ସବ ମହାସମାରୋହ ରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ପବ୍ଲିକ କୌଶିକ ସାହୁ, ଅନ୍ୟତମ ଅତିଥି ଭାବେ ଶାଳବଣ ସାହିତ୍ୟ ସଂସଦ ର ସଭାପତି […]

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ରକ୍ଷା ବନ୍ଧନ ଉତ୍ସବ, ଏହି ଦିନଟିକୁ ବେସ୍ ଆନନ୍ଦର ସହ ପାଳନ କରିବା ସହ ନିଜର ରକ୍ଷା କବଚ ଭାବେ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣି । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳ ରେ ମହାସମାରୋହରେ ପାଳିତ ହୋଇଯାଇଛି l ଟାଉନ ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଛାତ୍ରୀ ମାନେ ଛାତ୍ର ମାନଙ୍କୁ ଏବଂ ଜରାନିବାସ କୁ ଯାଇ ଦୀପ […]

ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ଥାନୀୟ ବନବାସୀ ସେବା ସମିତି ପରିସର ମଧ୍ୟରେ ଥିବା ଜ୍ଞାନ ମନ୍ଦିର ଠାରେ ସମ୍ବାଦ-ସାହିତ୍ୟ ଘର ତରଫରୁ ରାକ୍ଷୀ ପୂର୍ଣ୍ଣିମା ଓ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସମ୍ବାଦ ପ୍ରତିନିଧି ସତ୍ୟ ନାରାୟଣ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବନବାସୀ ସେବା ସମିତି ର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ବିଶ୍ୱଜିତ ଜେନା, ସରୋଜ କୁମାର ଆଲଟିଆ, ସୁଜିତ ଦିଗାଳ, […]

ଯଦି ଭାରତରେ କୌଣସି ଡ୍ରିଂକ୍ସ ର ସବୁଠୁ ଅଧିକ ବିକ୍ରି ହୋଇଥାଏ ତେବେ ତାହା ହେଉଛି ଚା, ଯାହାକି ଗଳି କନ୍ଦି ର ଚାଳିଆ ଦୋକାନରୁ ନେଇ ଷ୍ଟାର ହୋଟେଲ ରେ ମଧ୍ୟ ବିକ୍ରି କରାଯାଇଥାଏ l ଏବଂ ଭାରତରେ ପ୍ରତ୍ୟେକ ଘରେ ସକାଳୁ ଚା ସସ୍ପେନ ଟିଏ ଚୁଲି ଉପରେ ନିହାତି ବସିଥାଏ, ସକାଳୁ ଚା ଟିକେ ପିଇ ଦେଲେ ଦେହ ଫୁର୍ତି ଲାଗିଥାଏ ଓ ସୁସ୍ତୀ ଦୂର ହୋଇଥାଏ l କିନ୍ତୁ ନିକଟରେ ସ୍ୱାସ୍ଥ୍ୟ […]

● ରେଳ, ସଡ଼କ ଏବଂ ବିଦ୍ୟୁତ୍ କ୍ଷେତ୍ରର ଛଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ● ୯ଟି ରାଜ୍ୟରେ ସର୍ବମୋଟ୍ ୩୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ସହିତ ପ୍ରକଳ୍ପଗୁଡ଼ିକର କରାଗଲା ସମୀକ୍ଷା ● ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପୃଥକ ବିଭାଗ କିମ୍ବା ପ୍ୟାକେଜ ଭାବରେ ନୁହେଁ ବରଂ ଏକୀକୃତ ପ୍ରକଳ୍ପ ରୂପେ ଦେଖାଯିବା ଉଚିତ: ପ୍ରଧାନମନ୍ତ୍ରୀ ● ପ୍ରକଳ୍ପ କାର୍ୟ୍ୟକାରିତାର ସମସ୍ତ ପର୍ୟ୍ୟାୟରେ ନିରନ୍ତର ସଂସ୍କାର ଏବଂ ମନ୍ତ୍ରଣାଳୟ ଓ ରାଜ୍ୟଗୁଡ଼ିକରେ ଏକ […]

ଭୁବନେଶ୍ୱର, ୨୫/୦୮/୨୦୨୬ : ରାଜ୍ୟ ସରକାରଙ୍କ ଦ୍ୱାରା କାର୍ୟ୍ୟକାରୀ ହେଉଥିବା ଗୁରୁତ୍ୱପୂର୍ଣ୍ଣ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାର କାର୍ୟ୍ୟକାରିତା ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ଗୁଣାତ୍ମକ ଓ ସମାବେଶୀ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର…

ଭୁବନେଶ୍ୱର-ତା.୨୪.୦୮.୨୦୨୬ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ବୈଠକ ଖୋରଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ଖୋରଧା, ପୁରୀ, କଟକ,ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାର ୭୭୫ ଜଣ ତୀର୍ଥଯାତ୍ରୀ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନରେ ବାରଣାସୀ-ଅଯୋଧ୍ୟା…

ଆଲ୍ହାବାଦ ହାଇକୋର୍ଟ ର ଡିଭିଜନ ବେଞ୍ଚ ପ୍ରୟାଗରାଜ ର ଟାଗୋର ପବ୍ଲିକ ସ୍କୁଲ ର ଏକାଦଶ ଶ୍ରେଣୀର ମୁସ୍ଲିମ ଛାତ୍ରୀ ଦ୍ୱାରା ଦାଏର ହୋଇଥିବା ଗୋଟିଏ ଅପିଲ କୁ ଖାରଜ କରିଦେଇଛନ୍ତି, ସ୍କୁଲ ର ଛାତ୍ରୀ ସ୍କୁଲ ୟୁନିଫର୍ମ ସହିତ ହିଜାବ ପିନ୍ଧିବା ପାଇଁ ଅନୁମତି ମାଗିଥିଲେ l ଆଲ୍ହାବାଦ ହାଇକୋର୍ଟ ର ଜେ .ଜେ . ମୁନୀର ଓ ନ୍ୟାୟମୂର୍ତ୍ତି ଇନ୍ଦ୍ରଜିତ ଶୁକ୍ଲା ଙ୍କ ଖଣ୍ଡ ପୀଠ ଏହି ମାମଲାର ଶୁଣାଣି କରି କହିଥିଲେ ଯେ […]

ଭାରତ ର କୂଟନୀତି ଆଜିକାଲି ଖୁବ ସକ୍ରିୟ ହୋଇଯାଇଛି, ବିଜେପି ସରକାରର ଚାରି ବଡ଼ ଚେହେରା ଅଲଗା ଅଲଗା ମହାଦୀପ ଗସ୍ତରେ ଯାଇଛନ୍ତି, ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଚୀନ ରେ ଅଛନ୍ତି, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ରୁଷ ଗସ୍ତରେ ଯାଇଛନ୍ତି, ଏବଂ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲ ଜାପାନ ଗସ୍ତରେ ଯାଇଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କାନାଡ଼ା ଓ ଆମେରିକା ଗସ୍ତରେ ଯାଉଛନ୍ତି, ଏହି ଗସ୍ତ ର ଏଜେଣ୍ଡା ଅଲଗା ଅଟେ, […]

ବାଲିଗୁଡ଼ା, ତା,୨୫/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ତରଫରୁ ଅନ୍ଧ ବିଶ୍ୱାସ, କୁ-ସଂସ୍କାର ଦୂରୀକରଣ ପାଇଁ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରବଣ କୁମାର ସାହୁକାର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼.ମଧୁ ସୁଦନ ମହାପାତ୍ର, ପରାମର୍ଶ…

ବାଲିଗୁଡା, ତା, ୨୫/୦୮ :(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରୁ ଦାଦନ ସମସ୍ୟା ଦୂର କରି ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟରେ ‘ବିକଶିତ କନ୍ଧମାଳ–ଦାଦନମୁକ୍ତ କନ୍ଧମାଳ’ ଅଭିଯାନ ଅଧୀନରେ କୋଟଗଡ଼ ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋସିଆଲ ୱର୍କର୍ସ ଆସୋସିଏସନ ଅଫ କନ୍ଧମାଳ (ସ୍ୱାକ୍) ପକ୍ଷରୁ କୋଟଗଡ଼ ସ୍ଥିତ ଆଦିବାସୀ ସାଂସ୍କୃତିକ ଭବନଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଗୁଗୁରମାହା ପଞ୍ଚାୟତର ସରପଞ୍ଚ ମୋସେସ କାର୍ଜିମାଝୀଙ୍କ ଆୟୋଜନ…

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଅଗଷ୍ଟ ୨୮ ତାରିଖ ଦିନ ରକ୍ଷା ବନ୍ଧନର ପବିତ୍ର ପର୍ବ ଅନୁଷ୍ଠିତ ହେବ, ସଂଯୋଗ ବଶତଃ ଚଳିତ ଥର ବର୍ଷର ଦ୍ଵିତୀୟ ଚନ୍ଦ୍ର ଗ୍ରହଣ ପାଳନ ହେବାକୁ ଯାଉଛି, କିନ୍ତୁ ଏହା ଭାରତକୁ ଦୃଶ୍ୟ ହେବାର ସମ୍ଭାବନା ନାହିଁ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ଥର ଗ୍ରହ ମାନଙ୍କ ଶୁଭ ସଂଯୋଗ ଘଟୁଛି, ଅଗଷ୍ଟ ମାସର ଶେଷ ବେଳକୁ ସୂର୍ଯ୍ୟ ଦେବ ଓ ଦେବଗୁରୁ ବୃହସ୍ପତି ସ୍ଥିତି ମଜବୁତ ଥିବା କାରଣରୁ ଅନେକ […]

ଭୁବନେଶ୍ୱର , ୨୪ ଅଗଷ୍ଟ ୨୦୨୬(Suvendra Pattanaik) : ଆମ ଶାସନ ବ୍ୟବସ୍ଥାର ମୂଳନୀତି ହେଉଛି- ସହାନୁଭୂତି, ସମବେଦନା ଓ ସହୃଦୟତା। ଲୋକଙ୍କ ସମସ୍ୟା ଶୁଣି, ତା’ର ସମାଧାନ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ଆଜି ୨୦ତମ ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ଆଗରେ ବିବୃତି ରଖି କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ସକାଳେ ଭୁବନେଶ୍ୱର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ…

ପବିତ୍ର ଶ୍ରାବଣ ମାସ ଚାଲିଛି, ଏହି ମାସର ଏକାଦଶୀ ରେ ମା ବୃନ୍ଦାବତୀ ମଧ୍ୟ ଶ୍ରୀହରି ଙ୍କ ପାଇଁ ଏକାଦଶୀ ବ୍ରତ ରଖି ଥାଆନ୍ତି, ଏବଂ ଆଜିର ଦିନରେ ଶ୍ରୀହରୀ ଙ୍କ ପୂଜା ରେ ବିଶେଷ ଭାବରେ ଲାଗିଥାଏ, ଧାର୍ମିକ ମାନ୍ୟତା ଅନୁସାରେ ଶ୍ରୀହରି ଙ୍କର ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ, ଏହି କାରଣରୁ ଏକାଦଶୀ ପୂଜାରେ ତୁଳସୀ ଅର୍ପଣ କରିବା ଦ୍ୱାରା ପୂଜାର ମହତ୍ୱ ଅତ୍ୟନ୍ତ ବଢି ଯାଇଥାଏ, ଏବଂ ହିନ୍ଦୁ ଧର୍ମରେ ଏକାଦଶୀ ଦିନ […]

ଦିଲ୍ଲୀରେ ଭାଇରଲ କୋଲଡ ଫ୍ଲୁ ଓ ଇନଫ୍ଲୁଏଞ୍ଜା ଦ୍ରୁତ ଗତିରେ ବଢି ଚାଲିଛି, ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ର ସେ,ମମୀକ୍ଷା ଚାଲିଛି , କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡା ଙ୍କ ଅଧକ୍ଷତରେ ହୋଇଥିବା ବୈଠକ ରେ ସରକାରଙ୍କ ପ୍ରସ୍ତୁତି ଓ ଡାକ୍ତରଖାନା ଗୁଡିକରେ ଉପଲବ୍ଧ ସୁବିଧା ବିଷୟରେ ଆଲୋଚନା ହୋଇଥିଲା l ଦିଲ୍ଲୀ ସରକାର ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ପଙ୍କଜ କୁମାର ସିଂ କହିଛନ୍ତି ଯେ ୨୦୨୬ ରେ ବର୍ତମାନ ସୁଧା ୧୭୭୭ […]

ନୂଆଦିଲ୍ଲୀ : ବଙ୍ଗଳାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ଦେଶରୁ ବିତାଡିତ ହୋଇ ଭାରତରେ ଶରଣ ନେବା ମଧ୍ୟରେ ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ ଙ୍କ ର ଭାରତ ଗସ୍ତ ଖୁବ ଶୀଘ୍ର ହେବାକୁ ଯାଉଛି, ଚଳିତ ବର୍ଷ ଫେବୃଆରୀ ମାସରେ ପଦ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ l ମିଳିଥିବା ସୂଚନା ଅନୁସାରେ ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୩ ରୁ ୨୫ ମଧ୍ୟରେ ଭାରତ ଗସ୍ତରେ ଆସିବେ, […]

– ୫୩ ବର୍ଷୀୟା ମାଈ ହାତୀ ଗୁରୁତର ଆହତ ହୋଇଛି; ବନତାରାର ସ୍ୱତନ୍ତ୍ର ହସ୍ପିଟାଲରେ ହେବ ଚିକିତ୍ସା – ଭାରତରେ ପ୍ରଥମ ଥର ପାଇଁ ଏକ ହାତୀକୁ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଛି ଜାମନଗର: ଗତ ଜୁଲାଇ ମାସରେ ଭୟଙ୍କର ବନ୍ୟାରେ ଭାସିଯିବା ପରେ ଗୁରୁତର ଆହତ ହୋଇଥିବା ୫୩ ବର୍ଷୀୟା ମାଈ ହାତୀ ଜୟମୋତିକୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଜାମନଗରର ବନତାରାକୁ ଏୟାରଲିଫ୍ଟ କରାଯାଇଛି। ନାଗାଲାଣ୍ଡରେ ପ୍ରବଳ ବନ୍ୟା ପାଣିରେ ଭାସିଯିବା ପରେ ସ୍ଥାନୀୟ ଲୋକ ତଥା ସରକାରୀ ସଂସ୍ଥାଙ୍କ ସହାୟତାରେ ଏହାକୁ…

ଓଡ଼ିଶା ସମେତ ସମସ୍ତ ଖଣିଜ ସମ୍ପଦ ପୂର୍ଣ୍ଣ ରାଜ୍ୟ ଏବଂ ସର୍ବୋପରି ଦେଶ ଲାଭବାନ ହେବ ଖଣିଜ ସମ୍ପଦର ସଦୁପଯୋଗ ସହ ଭାଲୁ୍ୟ ଆଡେଡ୍ କରିବା ପାଇଁ ଏହି ଚମକ୍ରାର ଆଇନ୍ ଅଣାଯାଇଛି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶର ଦାୟିତ୍ୱ ନେବା ପରଠାରୁ ରାଜ୍ୟର କୌଣସି ପ୍ରକାର କ୍ଷତି ହେବାକୁ ଦେଇନାହାନ୍ତି ଭୁବନେଶ୍ୱର, ତା.୨୨/୦୮: ଓଡ଼ିଶାରେ କିଛି ବିରୋଧୀ ଦଳର ନେତାଙ୍କଠାରୁ ଆରମ୍ଭ କରି ଅନ୍ୟ ରାଜନୈତିକ ଦଳର ନେତାମାନେ ବିଭିନ୍ନ ପ୍ରକାର […]

ବାଲିଗୁଡ଼ା, ତା, ୨୨/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ୍ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବ୍ରାଉନ୍ ସୁଗାର କାରବାରର ମୁଖ୍ୟ କିଙ୍ଗ ପିନ ବାଲିଗୁଡ଼ା କଟାରୀ ସାହିର ରାଧେଶ୍ୟାମ କାର୍ଜି କୁ ୫୯ ନଂ ଜାତୀୟ ରାଜପଥ ଗୋଇବନ୍ଧା ପୋଲ ନିକଟରୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ନିକଟରୁ ୬.୭ ଗ୍ରାମ୍ ବ୍ରାଉନ୍ ସୁଗାର, ୨୧ କେଜି ୧୦୦ […]

ବାଲିଗୁଡା, ତା, ୨୨/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ନୂତନ ଭବିଷ୍ୟତ ନିର୍ମାଣର ସୁତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫୋଟ ଗ୍ରାଫି ଦିବସ ଉପଲକ୍ଷେ ୫ମ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀ – ୨୦୨୬ ଆୟୋଜନ ହୋଇଥିଲା । ଦୀର୍ଘ ୪ ଦିନ ଧରି ଆୟୋଜିତ ଏହି ଉତ୍ସବରେ ପ୍ରତିଦିନ […]

ବାଲିଗୁଡା, ତା, ୨୨/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ମାସ ୨୭ ତାରିଖ ଗୁରବାର ଦିନ ହେଉଛି ରାକ୍ଷୀପୂର୍ଣ୍ଣିମା। ଭଉଣୀଟିଏ ଯେତେ ଦୂରରେ ଥିଲେ ବି ରାକ୍ଷୀପୂର୍ଣ୍ଣିମାରେ ନିଜ ଭାଇ ପାଇଁ ରାକ୍ଷୀ ପଠାଇବାକୁ ଭୁଲି ନ ଥାଏ। ଭାଇ ଦେଶ ଭିତରେ ଥାଉ କି ଦେଶ ବାହାରେ ଥାଉ ରାକ୍ଷୀ ପଠାଇବା ପାଇଁଭଉଣୀ ଖୋଜେ ମାଧ୍ୟ୦0୦ମ। କହିବାକୁ ଗଲେ ରାକ୍ଷୀପୂର୍ଣ୍ଣିମା ହେଉଛି ଗୋଟିଏ ପର୍ବ ଯେଉଁଠି ଭାଇଭଉଣୀର ପବିତ୍ର ସମ୍ପର୍କ କୁ ଦୁରେଇ ପାରି ନଥାଏ ଦୂରତା। […]

ଆଜି ରାମଚରିତମାନସ ର ରଚୟିତା ତୁଲସୀଦାସ ଙ୍କୁ ସଭିଙ୍କ ନିକଟରେ ପରିଚିତ l ସନାତନ ଧର୍ମରେ ରାମଚରିତମାନସ କେବଳ ଗୋଟିଏ ଧାର୍ମିକ ପୁସ୍ତକ ନୁହେଁ, ବରଂ ଏହା ପ୍ରଭୁ ଶ୍ରୀରାମ ଙ୍କ ଜୀବନର ଆଦର୍ଶ ଅଟେ, ଏହାକୁ ଭକ୍ତି ଓ ଆଦର୍ଶର ଗ୍ରନ୍ଥ ଭାବରେ ପୂଜା ମଧ୍ୟ କରାଯାଏ, ତେଣୁ ଘରେ ଏହି ଗ୍ରନ୍ଥଟିକୁ ରଖିବା ଦ୍ୱାରା ସକାରାତ୍ମକ ଉର୍ଜା ର ବିକାଶ ହୋଇଥାଏ l ହିନ୍ଦୁ ଧର୍ମରେ ପ୍ରତ୍ୟେକ ଧାର୍ମିକ ଗ୍ରନ୍ଥ ର ବିଶେଷ ମହତ୍ୱ […]

UTI ଉଭୟ ମହିଳା ଓ ପୁରୁଷ ଙ୍କୁ ହେଉଥିବା ଗୋଟିଏ ଇନଫେକ୍ସନ, କିନ୍ତୁ ଏହା ପୁରୁଷ ଙ୍କ ତୁଳନାରେ ମହିଳାଙ୍କ ନିକଟରେ ଅଧିକ ଦେଖିବାକୁ ମିଳିଥାଏ, ପ୍ରାରମ୍ଭିକ ସ୍ଥିତିରେ ଏହା ଏତେ ଅଧିକ ପ୍ରାଣଘାତକ ହୋଇନଥାଏ, କିନ୍ତୁ ଯଦି ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିନା ଚିକିତ୍ସା ରେ ଛାଡି ଦିଆଯାଏ କିମ୍ବା ଏହା ବାରମ୍ବାର ହୋଇଥାଏ ତେବେ ଚିନ୍ତାର କାରଣ ଅଟେ, UTI ରୁ ରକ୍ଷାପାଇବା ପାଇଁ କିଛି କଥାକୁ ନିହାତି ଧ୍ୟାନ ଦେବା ମଧ୍ୟ […]

ବଙ୍ଗଳାଦେଶ ପ୍ରିମିଅର ଲିଗ ରଦ୍ଧ ହୋଇଛି, ବଙ୍ଗଳାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ଏବଂ କୁହାଯାଇଛି ଯେ ଚଳିତବର୍ଷ BPL ଅନୁଷ୍ଠିତ ହେବ ନାହିଁ, ବୋର୍ଡ ର ଅଧକ୍ଷ ତାମିନ ଇକବଲ କହିଛନ୍ତି କି ଲିଗ କୁ ପୁନର୍ବାର ବ୍ୟବସ୍ଥିତ ଭାବାରେ ଆୟୋଜନ କରାଯିବ, BCB ର ଏହି ନିଷ୍ପତି ପଛର ମୁଖ୍ୟ କାରଣ ବିତିୟ ଘାଟା ବୋଲି ଦର୍ଶା ଯାଇଛି , ବଙ୍ଗଳାଦେଶ କ୍ରିକେଟ ବୋର୍ଡ ଅଧକ୍ଷ ତାମିମ ଇକବଲ କହିଛନ୍ତି ଯେ […]

ଦେଶରେ ଅଗଷ୍ଟ ୧୫ ତାରିଖରୁ CJP ର ଚାଲିଛି ‘ସ୍କୁଲ ଠିକ କରୋ ‘ ଅଭିଯାନ, ତେଣୁ ଏହି ପରିପ୍ରେକ୍ଷୀ ରେ CJP କାର୍ଯ୍ୟକର୍ତା ଦେଶର ବିଭିନ୍ନ ଗାଁ ମାନଙ୍କୁ ଯାଇ ବିଦ୍ୟାଳୟ ଗୁଡିକୁ ଶିକ୍ଷାର୍ଥୀ ମାନଙ୍କ ପାଇଁ କିପରି ପାନୀୟ ଜଳ ସୁବିଧା ଉପଲବ୍ଧ ହେବ, ପରିସ୍ରାଗାର ସୁବିଧା ରହିବ ତାହାକୁ ନେଇ ଦେଶ ବ୍ୟାପି ଅଭିଯାନ ଚାଲିଛି, ଏହି ପରିପ୍ରେକ୍ଷୀ ରେ ରାଜସ୍ଥାନ ର ରାଜଧାନୀ ଜୟପୁର ର ଅଂଚଳର ରାମପୁର-କମ୍ବରପୂର ଗାଁ ରେ […]

• ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଧାନସଭା ବାଚସ୍ପତି ସୁରମା ପାଢ଼ୀ,ଓଡ଼ିଶାର ଗ୍ରାମୀଣ ବିକାଶ ମନ୍ତ୍ରୀ ରବି ନାଏକ, ସାଂସଦ ଏବଂ ବିଧାୟକ ସାମିଲ • ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ, ପବିତ୍ର ଯଜ୍ଞାହୁତିରେ ହେଲେ ସାମିଲ • ପୂଜ୍ୟ ମହିମା ଅଲେଖ ସନ୍ଥମାନଙ୍କ ସାନ୍ନିଧ୍ୟ ଓ ଆଶୀର୍ବାଦ ଲାଭ ଲାଭ କଲେ • ସ୍ୱାମୀଜୀଙ୍କ ନୀତି-ଆଦର୍ଶ ଓ ମାର୍ଗଦର୍ଶନ ଆମ ସମସ୍ତଙ୍କ ପାଇଁ ପ୍ରେରଣା • ସେ ଶିକ୍ଷା, ସଂସ୍କାର ଓ ସଂସ୍କୃତିର ପ୍ରସାର […]

ବାଲିଗୁଡା, ତା, ୨୧/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗଡ଼ ଥାନା ପକ୍ଷରୁ ପାବୁରିଆ ହାଇସ୍କୁଲ ସଭାଗୃହ ପରିସରରେ ନିଶାମୁକ୍ତ ଓଡିଶା ଅଭିଯାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସାରଙ୍ଗଡ଼ ଥାନା ଅଧିକାରୀଣୀ ସ୍ମିତା ଜେନା ଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମଗ୍ର କନ୍ଧମାଳ ଜିଲ୍ଲାକୁ କିଭଳି ଭାବରେ ନିଶାମୁକ୍ତ ଜିଲ୍ଲା କରାଯାଇ ପାରିବ ସେନେଇ ସଚେତନତା ବାର୍ତା ଦେବା ସହ ନିଶା ଠୁ ଦୁରେଇ ରହିବା […]

ବାଲିଗୁଡା, ତା, ୨୧/୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକଙ୍କୁ ପଦଚ୍ୟୁତ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୨୩୩/୧୯.୦୮. ୨୦୨୬ ରେ ଜାରି ହୋଇଛି। ସରପଞ୍ଚ ପଦଚ୍ୟୁତ ହେବା ପରେ ପଞ୍ଚାୟତର ସମସ୍ତ ଦାୟିତ୍ବ ନାଏବ ନାଏବ ସରପଞ୍ଚଙ୍କୁ ହସ୍ତାନ୍ତର କରିବାକୁ ଆଦେଶରେ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ, ଗତ ୧୪ ତାରିଖରେ…

ପ୍ରାଚୀନକାଳ ରୁ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଗଜାନନ ଙ୍କ ଜନ୍ମ ଉତ୍ସବ ପାଳନ କରାଯାଇ ଥାଏ l ଏହି ସମୟରେ ଭାରତର ସହର ଗ୍ରାମ ଓ ପୁରପଲ୍ଲୀ ସୁସଜିତ ପେଣ୍ଡାଲ ରେ ଶୋଭା ପାଇଥାଏ l ଏହା ହିନ୍ଦୁ ମାନଙ୍କର ଗୋଟିଏ ପୁରୁଣା ପାରମ୍ପରିକ ଉତ୍ସବ l ସାର୍ବଜନିକ ଭାବରେ ଗଣେଶ ଚତୁର୍ଥୀ ଇଂରେଜ ମାନଙ୍କ ସମୟ ରୁ ପାଳନ କରାଯାଉଛି l ବିଶେଷ ଭାବରେ ମହାରାଷ୍ଟ୍ରରେ ଗଣପତି ଙ୍କ ଜନ୍ମ ଉତ୍ସବ ଜାକଜମକ […]

ଭାରତକୁ ସରକାରୀ ଗସ୍ତରେ ଥିବା ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ କୋଇଜୁମି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଜୁଲାଇ ୨୦୨୬ରେ ଷୋଡ଼ଶ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତରେ ଆସିଥିବା ସମୟରେ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ସହ ତାଙ୍କର ବିସ୍ତୃତ ଆଲୋଚନାକୁ ସ୍ମରଣ କରିଥିଲେ । ଶ୍ରୀ ମୋଦୀ ଭାରତ ଏବଂ ଜାପାନ ମଧ୍ୟରେ ପ୍ରତିରକ୍ଷା ସହଯୋଗରେ ସ୍ଥିର ଅଗ୍ରଗତିକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଭାରତ ଓ…

ମୋଦୀ ସରକାରଙ୍କ ବଡ଼ ସଫଳତା:୨୦୧୪ରୁ ଏପର୍ଯ୍ୟନ୍ତ ୭୦ ବୈଠକରେ ୧୮୬୯ଟି ପ୍ରସଙ୍ଗର ପ୍ରାୟ ୮୦% ସମାଧାନ ଦକ୍ଷିଣ ଭାରତର ବିକାଶ: ଭାରତର ପ୍ରଗତିର ମୂଳଦୁଆ, ଯାହା ଉଚ୍ଚ ସାକ୍ଷରତା, ଦକ୍ଷ ଜନଶକ୍ତି ଓ ସମୁଦ୍ରର ବ୍ୟବହାର ଉପରେ ଆଧାରିତ; କିନ୍ତୁ ଏହାର ଉନ୍ନତି ଜଳ ଉପରେ ନିର୍ଭରଶୀଳ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ତାମିଲନାଡ଼ୁର ମହାବଳୀପୁରମ୍ଠାରେ ଅନୁଷ୍ଠିତ ୩୧ତମ ଦକ୍ଷିଣ ଆଞ୍ଚଳିକ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ତାମିଲନାଡ଼ୁ […]

ଫାରସ ର ଉପକୂଳବର୍ତ୍ତୀ ଅଂଚଳକୁ ଦୁନିଆ ସହିତ ଯୋଡ଼ୁଥିବା ହର୍ମୁଜ ସ୍ଟ୍ରେଟ ବର୍ତମାନ ବୈଶ୍ୱାୟିକ ଭୁ – ରାଜନୀତି ରେ ଗୋଟିଏ ମୁଖ୍ୟ ଆଖଡ଼ା ସ୍ଥଳ ରେ ପରିଣତ ହୋଇଛି, ଏହି ହର୍ମୁଜ ସ୍ଟ୍ରେଟ ର ପ୍ରକୃତ ମାଲିକ କିଏ ଓ ଏହା ପ୍ରକୃତରେ କଣ ? ଆସନ୍ତୁ ଜାଣିବା ଏହା ଦୁନିଆ ପାଇଁ ଏତେ ମୂଲ୍ୟବାନ କାହିଁକି ? ବର୍ତମାନ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧର କାରଣ ହେଉଛି ହର୍ମୁଜ ସ୍ଟ୍ରେଟ , ଏବଂ ଆମେରିକା ରାଷ୍ଟ୍ରପତି […]

ପାକିସ୍ଥାନ ର ଆଦିୟାଲl ଜେଲ ରେ ଦୀର୍ଘ ୩ବର୍ଷ ରୁ ଉର୍ଧ୍ଵ ହେଲାଣି ବନ୍ଦୀ ହୋଇ ରହିଛନ୍ତି, ୭୩ ବର୍ଷୀୟ ଇମ୍ରାନ ଖାନ ବର୍ତମାନ ଇସ୍ଲାମଵାଦ ସ୍ଥିତ ଘରୋଇ ଡାକ୍ତରଖାନା ସିଫା ଇଣ୍ଟରନେଶନାଲ ହସ୍ପିଟାଲ ରେ ଭର୍ତି କରାଯିବ ବୋଲି ପାକିସ୍ଥାନ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି l ପାକିସ୍ଥାନ ର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲ ରେ ବନ୍ଦୀ ଜୀବନ ବିତାଉଛନ୍ତି, ଏବଂ ତାଙ୍କ ଶରୀର ଅସୁସ୍ଥଙ୍କୁ ନେଇ ପରିବାର ସଦସ୍ୟ ଚିନ୍ତିତ ଅଛନ୍ତି, […]

ମାନନୀୟ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, କଂଗ୍ରେସ କାର୍ଯ୍ୟସମିତି ‘ବନ୍ଦେ ମାତରମ୍’ର କେବଳ ଦୁଇଟି ଅନ୍ତରା ଗାଇବାକୁ ନିଷ୍ପତ୍ତି ନେଇ ପୁଣିଥରେ ତୁଷ୍ଟିକରଣର ରାଜନୀତିକୁ ଦୋହରାଇଛି। ଶ୍ରୀ ଶାହ କହିଛନ୍ତି ଯେ, ୧୯୩୭ରେ କଂଗ୍ରେସ ନେଇଥିବା ଏହି ନିଷ୍ପତ୍ତି ହିଁ ଦେଶ ବିଭାଜନର ମୂଳଦୁଆ ପକାଇଥିଲା। ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷପୂର୍ତ୍ତି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର…

• ନବୀନ ବାବୁ MMDR ବିଲ୍ କୁ ନେଇ ମିଥ୍ୟା ଅପପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି • ରାଜନୀତି ନିଜ ଜାଗାରେ, କିନ୍ତୁ ସତ୍ୟକୁ ଲୁଚାଇ ଓଡ଼ିଶାର ଲୋକଙ୍କୁ ଭ୍ରମିତ କରିବା ଆଦୌ ଗ୍ରହଣୀୟ ନୁହେଁ • ୨୦୦୦ ମସିହାରେ ବିଜେଡି ଶାସନ ସମୟରେ ରାଜ୍ୟର ମୋଟ ଋଣଭାର ୧୮,୦୦୦ କୋଟି ଟଙ୍କା ଥିଲା ବେଳେ ମୁଣ୍ଡ ପିଛା ଋଣ ଭାର ଥିଲା ୬୦୦୦ ଟଙ୍କା • ୨୦୨୪ରେ ନବୀନ […]

• ‘ବନ୍ଦେ ମାତରମ୍’ ସ୍ୱାଧୀନତା ଆନ୍ଦୋଳନ ସମୟରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ରାଷ୍ଟ୍ରଭକ୍ତି, ତ୍ୟାଗ ଓ ସ୍ୱାଭିମାନର ଶିଖା ପ୍ରଜ୍ୱଳିତ କରିଥିଲା • ୧୯୩୭ରୁ ୨୦୨୬ ପର୍ଯ୍ୟନ୍ତ କଂଗ୍ରେସର ତୁଷ୍ଟୀକରଣ ମାନସିକତା ବଦଳିନି, ବଦଳିଛି କେବଳ ସେମାନଙ୍କ ବାହାନା • ଐତିହାସିକ ଭୁଲକୁ ଦୋହରାଇବା କଂଗ୍ରେସର ଅଭ୍ୟାସ, କିନ୍ତୁ ତାହାକୁ ସୁଧାରି ରାଷ୍ଟ୍ରଗୌରବ ଫେରାଇବା ମୋଦୀ ସରକାରଙ୍କ ସଂକଳ୍ପ ଭୁବନେଶ୍ୱର, ୨୦ ଅଗଷ୍ଟ, ୨୦୨୬ – କଂଗ୍ରେସ ପାଇଁ ଭୋଟବ୍ୟାଙ୍କ ବଡ଼ ହୋଇପାରେ, କିନ୍ତୁ ଭାରତୀୟଙ୍କ ପାଇଁ…

· ଦେଶର ମୋଟ୍ ୪ଟି ରେଳ ଲାଇନ୍ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ହେବେ ଉପକୃତ · ଏସବୁ ରେଳ ଲାଇନ ନିର୍ମାଣ ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କ ପ୍ରାୟ ୪୧୦ କିଲୋମିଟର ବୃଦ୍ଧି ପାଇବ · ଏସବୁ ପ୍ରକଳ୍ପ ପାଇଁ ମୋଟ୍ ୯,୪୫୦ କୋଟି ଟଙ୍କା ବ୍ୟୟବରାଦ; ୨୦୩୦-୩୧ ସୁଦ୍ଧା ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହେବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…

ବାଲିଗୁଡା ତା, ୨୦/୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ରସ୍ତୁତି ଲାଇବେରୀ ଠାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଙ୍କ କରକମଳରେ ପ୍ରସ୍ତୁତି ଲାଇବେରୀ ଗୃହ ଠାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ର ଶୁଭାରମ୍ଭ ହୋଇଛି | ଏହି ଉଦଘାଟନ ଉତ୍ସଵ ରେ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ ପ୍ରୋବେଶନ ଆଇଏଏସ […]