News source
Reporters Today Odia
Reporters Today Odia
Subscribe:.rss.atom.json.md
Overdue Last read · last published · next check
Last read 20 hours ago, longer than this feed's 1 hour schedule.
Latest articles

ମନୋଜ ବାଜପେୟୀ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ।ଏହା ଏକ ମହତ୍ତ୍ୱାକାଂକ୍ଷୀ ଐତିହାସିକ ଚଳଚ୍ଚିତ୍ର, ନିର୍ମାତା ଅନୁଭବ ସିହ୍ନା ଏବଂ ସୁଧୀର ମିଶ୍ରଙ୍କ ଦ୍ୱାରା ନିର୍ମିତ। ଏହି ଚଳଚ୍ଚିତ୍ରରେ ଅଭିନେତା ସୌରଭ ଶୁକ୍ଳା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରଟି ଭାରତର ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟର ଏକ କମ୍ ଜଣାଶୁଣା ଅଧ୍ୟାୟକୁ ଲୋକଲୋଚନକୁ ଆଣିବ । ଯାହା ଗାନ୍ଧୀଙ୍କ ଜୀବନର ୨୧ଟି ଗୁରୁତ୍ୱପୂର୍ଣ୍ଣ ଦିଗ…

ଅନ୍ୟ ରାଜ୍ୟରେ ନିଖୋଜ, ଅସୁରକ୍ଷିତ, ଶୋଷଣର ଶିକାର କିମ୍ବା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଓଡ଼ିଶାର ପିଲାଙ୍କୁ ଚିହ୍ନଟ ଓ ଉଦ୍ଧାର ପାଇଁ ଓଡ଼ିଶା ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ଅନ୍ୱେଷଣ’। ଡିଜିପି ଶ୍ରୀ ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଚାଲିବ। କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ସତ୍ୟଜିତ ନାୟକ ଏହାର ତଦାରଖ ଓ ନିୟମିତ ସମୀକ୍ଷା କରିବେ। ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଓ ରାଜସ୍ଥାନରେ […]

ଭାରତ ବୁଧବାର ହକି ବିଶ୍ୱକପ୍ 2026ର ତା’ର ଅନ୍ତିମ ଗ୍ରୁପ୍ ମ୍ୟାଚ୍ରେ ପାକିସ୍ତାନକୁ 5-3 ଗୋଲରେ ପରାସ୍ତ କରିଛି। ନେଦରଲ୍ୟାଣ୍ଡର ଆମଷ୍ଟେଲଭିନ୍ରେ ଏହି ବିଜୟ ସହିତ, ଭାରତ ଗ୍ରୁପ୍ Dରେ ଶୀର୍ଷ-ଦୁଇ ସ୍ଥାନ ହାସଲ କରିଛି। ଏହା ବ୍ୟତୀତ, ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଦଳ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛି।ପଡ଼ିଆରେ ତୀବ୍ର ପ୍ରତିଯୋଗିତା ସତ୍ତ୍ୱେ, ଦୁଇ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ…

ବିଷାକ୍ତ ମଦ ନେଲା ଜୀବନ । ଚାଲିଗଲା ୭ ଜୀବନ । ୩୦ ଜଣ ଅସୁସ୍ଥ ହୋଇ ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ । ଭାବନଗର ଜିଲ୍ଲାରେ ବିଷାକ୍ତ ମଦ ପିଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ପୁଲିସ ଓ ରାଜ୍ୟ ମନିଟରିଂ ସେଲ୍ର ତଦନ୍ତ ଜୋରଦାର ହୋଇଛି । ମଙ୍ଗଳବାର ୨୫ ବର୍ଷୀୟ ଉପେନ୍ଦ୍ରସିଂହ ଗୋହିଲଙ୍କର […]

ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ବେଳେ ସାପ କାମୁଡ଼ାର ଶିକାର ହେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ପୂର୍ବତନ ବିଧାୟକ ଗୁରୁବାର ପଟ୍ଟାମୁଣ୍ଡାଇ ବାଛରା ମଣ୍ଡପଡ଼ାରେ ବନ୍ୟା ଅଞ୍ଚଳରେ ପରିଦର୍ଶନ ଯାଇଥିବା ବେଳେ ସାପ କାମୁଡ଼ାର ଶିକାର ହୋଇଛନ୍ତି। ଅବଶ୍ୟ ଚିକିତ୍ସା ଯୋଗୁ ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସୂଚନାଥାଉକି, ବ୍ରାହ୍ମଣୀରେ ବନ୍ୟା ଯୋଗୁ ରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି। ଲକ୍ଷାଧିକ ଲୋକେ ପ୍ରଭାବିତ…

ଅଷ୍ଟ୍ରେଲିଆରେ ଭାରତୀୟ ଚାହା’କୁ ପରିଚିତି କରାଇଥିବା ସଞ୍ଜୀତ କୋଣ୍ଡା ହାଉସ୍ ଙ୍କ କାହାଣୀ ଭିନ୍ନ। ବେଙ୍ଗାଲୁରୁର ବାସିନ୍ଦା ସଞ୍ଜୀତ ୧୮ ବର୍ଷ ବୟସରେ ନିଜର ପାଠପଢ଼ା ଆରମ୍ଭ କରିବାକୁ ଅଷ୍ଟ୍ରେଲିଆ ଯାଇଥିଲେ। କିନ୍ତୁ, କଲେଜ ସମାପ୍ତ କରିବା ପରିବର୍ତ୍ତେ, ସେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସାହସ ପରେ ଡ୍ରପ୍ଆଉଟ୍ ଚାଇୱାଲା ନାମ ତାଙ୍କୁ ଦେଇଥିଲା ନୂତନ ପରିଚୟ। ସଞ୍ଜୀତ କୋଣ୍ଡା ହାଉସ୍ ଅଷ୍ଟ୍ରେଲିଆର La Trobe University ର Bundoora Campusରେ […]

ହଠାତ୍ ମଣିଷୁ ପାଲଟିଲା ରାକ୍ଷାସ ।ପ୍ରଥମେ ବାଟରେ ନିଜ ସ୍ତ୍ରୀକୁ ମାରିଲା, ତା’ପରେ ଘରେ ଆସି ସାନ ଭଉଣୀକୁ ଗୁଳି କରି ହତ୍ୟା କଲା । ଶେଷ ନିଜେ ଆତ୍ମହତ୍ୟା କରି ଜୀବନ ହାରିଲା । ଏହି ପରି ଆଶ୍ଚର୍ଯ୍ୟ କର ଘଟଣା ସମସ୍ତଙ୍କ ୁ ସ୍ତବ୍ଧ କରିଛି । ଏହି ଡବଲ ମର୍ଡର ଓ ଆତ୍ମହତ୍ୟା ଘଟଣାର କାରଣ ବ୍ୟକ୍ତି ଜଣଙ୍କ ସମସ୍ତଙ୍କୁ ନିଜ ହ୍ୱାଟସଆପ୍ ଷ୍ଟାଟସ ମାଧ୍ୟମରେ ଜଣାଇଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌର ଗୋମତି […]

ଗତ କିଛିଦିନ ଧରି ଚାଲିଥିବା ଷ୍ଟକ୍ ବଜାରର ହ୍ରାସ ଆଜି ସ୍ଥଗିତ ହୋଇଛି। ସେନସେକ୍ସ ଚାରି ଦିନ ଧରି ଅଧିକ କାରବାର କରୁଥିବା ବେଳେ, ନିଫ୍ଟି ଗତ ସାତ ଦିନ ଧରି ହ୍ରାସ ପାଉଥିଲା। ଗୁରୁବାର ବଜାର ବନ୍ଦ ହେବା ସମୟରେ, ଉଭୟ ବେଞ୍ଚମାର୍କ ସୂଚକାଙ୍କ, ସେନସେକ୍ସ ଏବଂ ନିଫ୍ଟିରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି। ସେନସେକ୍ସ 628 ପଏଣ୍ଟ ବୃଦ୍ଧି ପାଇ 77,537.72 ରେ ବନ୍ଦ ହୋଇଥିଲା । ନିଫ୍ଟି 153.55 ପଏଣ୍ଟ ବୃଦ୍ଧି ପାଇ […]

୨୦୨୨ରେ “ବ୍ରହ୍ମାସ୍ତ୍ର: ପାର୍ଟ ୱାନ୍ – ଶିବା” ରିଲିଜ୍ ହେବା ପରଠାରୁ ଫ୍ୟାନ୍ସମାନେ ପରବର୍ତ୍ତୀ ଅଧ୍ୟାୟର ଅପେକ୍ଷାରେ ଅଛନ୍ତି। ରଣବୀର କପୁର ବର୍ତ୍ତମାନ “ରାମାୟଣ”ର ସୁଟିଂରେ ବ୍ୟସ୍ତ ଥିବା ବେଳେ, ଅଭିନେତା ଏବଂ ନିର୍ଦ୍ଦେଶକ ଆୟନ ମୁଖାର୍ଜୀ “ବ୍ରହ୍ମାସ୍ତ୍ର ୨” ଉପରେ କାମ ଆରମ୍ଭ କରିଛନ୍ତି। ସ୍କ୍ରିପ୍ଟିଂ ଏବଂ ପ୍ରି-ପ୍ରଡକ୍ସନ୍ କାମ ଚାଲିଥିବା ବେଳେ, ୨୦୨୭ ଏପ୍ରିଲରେ ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପିଙ୍କଭିଲାର ଏକ ରିପୋର୍ଟ ଅନୁଯାୟୀ, ରଣବୀର ଜାନୁଆରୀ ୨୦୨୭ ସୁଦ୍ଧା…

ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବିନସନ୍ ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ବଲ୍ ରେ ୱିକେଟ୍ ନେଇ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ରବିନସନ୍ ଏବଂ ଜୋଶ୍ ଟୋଙ୍ଗ୍ ପାଞ୍ଚଟି ଲେଖାଏଁ ୱିକେଟ୍ ନେଇ ଇଂଲଣ୍ଡକୁ ପ୍ରଥମ ଇନିଂସରେ ୧୭୧ ରନ୍ ରେ ପାକିସ୍ତାନକୁ ଅଲଆଉଟ୍ କରିଥିଲେ। ପ୍ରଥମ ଦିନ ଖେଳ ଶେଷ ହେବା ମାତ୍ରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସରେ ଦୁଇ ୱିକେଟ୍ ହରାଇ ୧୧୨ ରନ୍ ରେ ନିଜର […]